ଜଟାବାଲ ରେ ହିନ୍ଦୁ ମହାସଂଘ ପ୍ରତିଷ୍ଠା ସପ୍ତାହ ପାଳିତ

ନବରଙ୍ଗପୁର( ମିହିର ସଙ୍କର ପାତ୍ର).v:ଜଟାବାଲ ଗ୍ରାମ ରେ ହିନ୍ଦୁ ମହାସଂଘ ପ୍ରତିଷ୍ଠା ସପ୍ତାହ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମାଁ ଠାକୁରାଣୀ ମନ୍ଦିର ଠାରୁ ହିନ୍ଦୁ ମହାସଂଘ ସାମାଜିକ ଗଣମାଧ୍ୟମ ସଂଯୋଜକ ଗୋରା ହରିଜନ, ପଞ୍ଚାୟତ ସଭାପତି ଜଳନ୍ଧର ସିଂ ଏବଂ ପ୍ରବକ୍ତା ଚିନ୍ମୟୀ ସାହୁ ତତ୍ବାବଧାନରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଏବଂ ବିଶ୍ବହିନ୍ଦୁ ପରିଷଦ ର କୃପାରାମ ସାହୁ ଙ୍କୁ ସ୍ବାଗତ କରି ଆଣିବା ପରେ ଦିବାନ୍ ସାହି ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ହିନ୍ଦୁ ମହାସଂଘ ର ପ୍ରତିଷ୍ଠା ଓ ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହିନ୍ଦୁ ମହାସଂଘ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ବିଶ୍ବହିନ୍ଦୁ ପରିଷଦ ର ଅଶୋକ ପାତ୍ର, କେଶରୀଆ ହିନ୍ଦୁ ପରିଷଦ ର ସଭାପତି ମିହିର ପାତ୍ର, ଗଗନ ଗନ୍ତାୟତ, ମିଲୁ ପଣ୍ଡା, ବାଦଲ ପଟ୍ଟନାୟକ, ମନମୋହନ ସାହୁ, ବିକାଶ ସାହୁ, ବିନୋଦ ପ୍ରଧାନ , ଦୁର୍ଗା ପ୍ରଧାନ , ମଙ୍ଗଳଦେଈ ଜାନୀ, ରାମକୃଷ୍ଣ ଭତ୍ରା, ରାମକୃଷ୍ଣ ପାଣିଗ୍ରୀ, ଅର୍ଜୁନ ଜାନୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଶିବ ମନ୍ଦିର ନିକଟରେ ଶୋଭାଯାତ୍ରା ସମାପ୍ତ କରାଯାଇଥିଲା।  ,

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!