ନବରଙ୍ଗପୁର( ମିହିର ଶଙ୍କର ପାତ୍ର ),୧୨/୦୪ :-ଡାବୁଗାଁ ରେ ଶୁଭାରମ୍ଭ ହେଲା ମାଁ ଠାକୁରାଣୀ ଙ୍କ ନବ ଦିନ କଳସ ଯାତ୍ରା। ବାଦ୍ୟ ,ଡିଜେ ଏବଂ ମାଁ ଙ୍କ ଜୟ ଧ୍ୱନି ରେ ପ୍ରକମ୍ପିତ ହେଲା ଡାବୁଗାଁ ମାଟି। ହଜାର ହଜାର ଭକ୍ତ ଙ୍କ ସହ ଗ୍ରାମ୍ୟ ଦେବାଦେବୀ ଙ୍କ ଚଳନ୍ତି ପ୍ରତିମା କଳସ ଆସିଲେ ମଣ୍ଡପକୁ। ପୂଜାରୀ, ରୟତ ଏବଂ ପାରମ୍ପରିକ ମୁଖ୍ୟ ମାନଙ୍କ ସହ ପାତ୍ର ସାହିରେ ଗ୍ରାମବାସୀ ସ୍ବାଗତ କଲେ ଦେବାଦେବୀ ଙ୍କୁ। ପୂଜା କମିଟି ସଭାପତି ସତ୍ୟ ରଞ୍ଜନ ପାତ୍ର, ଦେବରାଜ ପାତ୍ର, ଡାବୁଗାଁ ସରପଞ୍ଚ ବିନୋଦ ସୌରା, ଡଙ୍ଗରିଗୁଡା ସରପଞ୍ଚ ରାମ କୁମର ଗଣ୍ଡ, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ, ସାଂସଦ ପ୍ରତିନିଧି ଏମ୍ ଆପ୍ପା ରାଓ, ଜି ସାଇ ରାଜୁ, ବିଧାୟକ ପ୍ରତିନିଧି ବୁଲୁ ରାଓ, ବିଜେଡ଼ି ସଭାପତି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବୁଢ଼ା ମିଶ୍ର, କୁନୁ ପାତ୍ର, ଜଗନ୍ନାଥ ରେଲି, ତାରିଣୀ ରେଲି ଏବଂ ଗ୍ରାମର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ମାଁ ଠାକୁରାଣୀ ଏବଂ ଅନ୍ୟାନ୍ୟ ଦେବାଦେବୀ ନବମ ଦିନ ନିଜ ନିଜ ଆସ୍ଥାନ କୁ ଫେରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |