ଜମିବାଡି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ

ମହାକାଳପଡା, ୨୮।୫ :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ପଡା ଗୟାସପୁର ଗାଁ ରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଆହତ  ହୋଇଛନ୍ତି। ମୃତକ ଜଣକ ହେଲେ ଦିଲ୍ଲିପ ପଣ୍ଡା (୬୦) ।  ଆହତଙ୍କ ମଧ୍ୟରୁ ମଙ୍ଗୁଳି ପଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଖବର ନେବାରେ ଜଣାପଡିଛି ଏହି ଗ୍ରାମର ପଣ୍ଡା ସାହିରେ ବସବାସ କରୁଥିବା ବ୍ରାହ୍ମଣ ସଂପ୍ରଦାୟର ବ୍ୟକ୍ତି ମାନଙ୍କର ଇଷ୍ଟଦେବ ଭାବେ ଜଣାଶୁଣା ରାଧାଗୋବିନ୍ଦଙ୍କର ମନ୍ଦିର ରହିଛି। ଏହି ମନ୍ଦିରକୁ ଲାଗି କିଛି ଖାଲି ଜମି ରହିଛି। ବ୍ରାହ୍ମଣ ସଂପ୍ରଦାୟର ସୁରେନ୍ଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତି ଉକ୍ତ ଜାଗାକୁ ନିଜର ବୋଲି ଦାବି କରି ଏହା ଉପରେ ଚଳି ଆସୁଥିଲେ। ଯାହାକୁ ନେଇ ସାହିର ଅନ୍ୟାନ୍ୟ ବ୍ରାହ୍ମଣ ପରିବାରଙ୍କ ସହିତ ମତଭେଦ ରହିଥିଲା। ଏନେଇ ପୂର୍ବରୁ ସ୍ଥାନୀୟ ଥାନାରେ ଅନେକଥର ଅଭିଯୋଗ ଓ ପ୍ରତି ଅଭିଯୋଗ ହୋଇଥିବା ବେଳେ କୈାଣସି ନିଷ୍କର୍ସ ବାହାରି ପାରିନଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: