ଜମ୍ମୁ ଓ କଶ୍ମୀରର ଶୋପିଆଁରେ ‘ଏନ୍‌କାଉଣ୍ଟର୍‌’

ଶ୍ରୀନଗର,୧୪/୩: ଜମ୍ମୁ ଓ କଶ୍ମୀରର ଶୋପିଆଁରେ ‘ଏନ୍‌କାଉଣ୍ଟର୍‌’ ।  ଜମ୍ମୁ-କାଶ୍ମୀର ସୋପିଆନରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସେନା ଗୁଳିରେ ଜୈଶର ଟପ୍ କମାଣ୍ଡର ସଜାଦ୍ ଆଫଗାନୀ ଫସିଛି । ଏହି ଅପରେସନରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି । ମୃତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ । ସଜାଦ ୨୦୧୮ରୁ କାଶ୍ମୀର ଘାଟିରେ ସକ୍ରିୟ ଥିଲା । ଯଦି ସେ ସେନାର ଅଫରେସନରେ ନିହତ ହୁଏ ତେବେ ଏହାକୁ ବଡ ସଫଳତା ବୋଲି କୁହାଯିବ । ଏବେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ  ଘେରି ରହିଛନ୍ତି । ଏପରିକି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ସିଲ୍ କରି ଦିଆଯାଇଛି । ରାତି ସାରା ଚାଲିଥିବା ଏହି ଅପରେସନରେ ସକାଳୁ ହିଁ ଯବାନଙ୍କୁ ସଫଳତା ମିଳିଥିଲା । କାରଣ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଖବର ଆସିଥିଲା । ଏହାପୂର୍ବରୁ ଜମ୍ମୁ-କାଶ୍ମୀର ପୋଲିସ ଆତଙ୍କବାଦୀଙ୍କ ୭ ସହଯୋଗୀଙ୍କୁ ଗିରଫ କରିଥିବା ଦାବି କରିଥିଲା । ପୋଲିସର କହିବାନୁସାରେ, ଏହି ଆତଙ୍କବାଦୀମାନେ ସୋପିଆନ ଜିଲ୍ଲାର ବିଭିନ୍ନ ସ୍ଥାନରେ ସକ୍ରିୟ ଥିଲେ । ନାକାବନ୍ଦୀ ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ପାଖରୁ ଦୁଇଟି ହାଣ୍ଡ ଗ୍ରେନେଡ୍ ମିଳିଥିବା ପୋଲିସ ସୂଚନା ଦେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: