ଶ୍ରୀନଗର,୨୩/୦୯:ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ପୋଲିସର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଗୁରୁବାର ପ୍ରତ୍ୟୁଷରେ ଦକ୍ଷିଣ କଶ୍ମୀର ଅଞ୍ଚଳର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ଚିତ୍ରଗାମ୍ ଗାଆଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଟୁଇଟ୍ କରି କଶ୍ମୀର ଜୋନ୍ ପୁଲିସ ଲେଖିଛି: ଶୋପିଆଁର କଶୱା ଜିଲ୍ଲାରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଛି। ପୁଲିସ ଓ ନିରାପତ୍ତା ବଳ ଅଭିଯାନ ଚଳାଇଛନ୍ତି। ପଛକୁ ପଛ ସବିଶେଷ ବିବରଣୀ ଜାରି କରାଯିବ। ଜଣେ ଶୀର୍ଷସ୍ତରୀୟ ନିରାପତ୍ତା ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ଗୁଳିବିନିମୟ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କାଶ୍ମୀର ପୋଲିସ , “ଗତକାଲି ରାତିରେ ଅନୟତ ଆଶ୍ରାଫ ଦାର ନାମକ ଜଣେ ସକ୍ରିୟ ଆତଙ୍କବାଦୀ, ଯିଏ କି ଓଜିଡ୍ବ୍ଲୁ (ଓଭର ଗ୍ରାଉଣ୍ଡ ୱାର୍କର୍) ଏବଂ କେଶୱା ମଧ୍ୟ ସୋପିଆନରେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିଲେ । ଦାର୍ ଜଣେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇ ତାଙ୍କୁ ଆହତ କରିଥିଲେ। ସୂଚନା ପରେ କେଶୱା ଗ୍ରାମରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ଏବଂ ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା । ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବାରୁ ଏହି ଅପରେସନ୍ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା । ସୁରକ୍ଷା ବାହିନୀ ମଧ୍ୟ ଗୁଳି ବିନିମୟରେ ଉପଯୁକ୍ତ ଉତ୍ତର ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ସେ କେଉଁ ସଂଗଠନ ସହ ଜଡିତ ଅଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପୋଲିସର ସୂଚନାନୁସାରେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେ ତାହା କରିନଥିଲେ । ପରେ ତାଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ନିକଟରୁ ଏକ ପିସ୍ତଲ ଏବଂ ଗୁଳି ମଧ୍ୟ ଜବତ କରାଯାଇଛି । ଏଥି ସହ ଏନକାଉଣ୍ଟର ସମୟରେ ଆହତ ସାଧାରଣ ନାଗରିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ବିପଦରେ ଥିବା କୁହାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |