ଜମ୍ମୁ କଶ୍ମୀରରେ ଏନ୍‌କାଉଣ୍ଟର , ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୫/୦୬ : ଜମ୍ମୁ କଶ୍ମୀରର ଶୋପିଆ ଜିଲ୍ଲା ଅନ୍ତର୍ଗତ କାଞ୍ଜିଉଲାର ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଇବା’ର ୨ ଜଣ ସଦସ୍ୟ ସୁରକ୍ଷାବାହିନୀର ଏନକାଉଣ୍ଟରରେ ନିହତ ହୋଇଛନ୍ତି । କଶ୍ମୀର ଆଇଜିପି ବିଜୟ କୁମାର ଜାତୀୟ ଗଣମାଧ୍ୟମକୁ ଏହା କହିଛନ୍ତି । ସେ କହିଛନ୍ତି ଯେ, ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ଶୋପିଆର ଆତଙ୍କବାଦୀ ଜନ ମହମ୍ମଦ ଲୋନ କୁଲଗାମରେ ଗତ ୨ ତାରିଖ ଦିନ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିଲା ।    ଜାମ୍ମୁ-କାଶ୍ମୀର ପୋଲିସ ଏସମ୍ପର୍କରେ ପୋଲିସକୁ ସୂଚନା ଦେଇଛି । କାଶ୍ମୀର ଜୋନର ପୋଲିସ ଟ୍ୱିଟ୍ କରି କହିଛନ୍ତି ଯେ ହତ୍ୟା କରାଯାଇଥିବା ଉଭୟ ଆତଙ୍କବାଦୀ ଲସ୍କର ସହ ଜଡିତ ଅଛନ୍ତି ଏବଂ ସେମାନଙ୍କୁ ଚିହ୍ନଟ କରାଯାଉଛି । ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନରେ ଏହି ସର୍ଚ୍ଚ ଅପରେସନ କରାଯାଇଥିବା ସେ କହିଛନ୍ତି । ଏହା ସହ କୁଲଗ୍ରାମରେ ବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । କୁଲଗ୍ରାମରେ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: