ଜମ୍ମୁ କଶ୍ମୀରର ତାଜିକିସ୍ତାନରେ ଭୂକମ୍ପ ଅନୁଭୂତ

ଶ୍ରୀନଗର  ୦୫/ ୦୫ :  ଆଜି ସକାଳ ୫ଟା ୩୫ରେ ଜାମ୍ମୁ-କାଶ୍ମୀରରୁ ନେଇ ତାଜିକିସ୍ତାନ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ଥିଲା । ଭୂକମ୍ପର କେନ୍ଦ୍ରବିନ୍ଦୁ ତାଜିକିସ୍ତାନରେ ବୋଲି କୁହାଯାଉଛି । ଜମ୍ମୁ କଶ୍ମୀରରେ ଗୁରୁବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । କୁହାଯାଉଛି ଯେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକସ୍ଥାନ ଥିଲା ବୋଲି କୁହାଯାଉଛି ।  ଜମ୍ମୁ କଶ୍ମୀରରେ ସକାଳ ୫ଟା ୩୫ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ଲୋକେ ଭୂକମ୍ପ ଝଟକା ଅନୁଭବ କରିବା ପରେ ବ୍ୟସ୍ତ ହୋଇପଡ଼ିଛନ୍ତି । ଭୋର ସକାଳୁ ହୋଇଥିବାରୁ ରାଜ୍ୟର ଅଧିକ ଲୋକ ଘର ଭିତରେ ଶୋଇଥିଲେ । ଯେଉର୍ମାନେ ସକାଳ ବୁଲା ପାଇଁ ବାହାରିଥିଲେ, ସେମାନେ ଭୂକମ୍ପ ସଂପର୍କରେ ଅବଗତ ହେବା ପରେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ତେବେ ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ । ଭୂକମ୍ପର କେନ୍ଦ୍ର ତାଜିକସ୍ତାନରେ ୧୭୦ କିମି ଗଭୀରରେ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଜମ୍ମୁ କଶ୍ମୀରରେ ଗତ ୧୮ ତାରିଖ ଦିନ ଭୂକମ୍ପ ଅନୁଭୂତ ହୋଇଥିଲା । ସେହି ସମୟରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ମପାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: