ଜମ୍ମୁ କଶ୍ମୀରର ଶୋପିଆରେ ବିସ୍ଫୋରଣ,୩ ଯବାନ ଆହତ

ଶ୍ରୀନଗର ୦୨/ ୦୬: ଜାମ୍ମୁ କାଶ୍ମୀର ସ୍ଥିତ ଶ୍ରୀନଗରର ଶୋପିଆନରେ ଏକ ଗାଡିରେ ବିସ୍ଫୋରଣ ଘଟିଛି । ଜମ୍ମୁ କଶ୍ମୀରର ଶୋପିଆରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ସୁରକ୍ଷା ବାହିନୀର ୩ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯମାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହ ବିସ୍ଫୋରଣ ଏକ ଭଡା ଗାଡ଼ିରେ ହୋଇଛି ।  ଶୋପିଆନ ଜିଲ୍ଲା ସିଡୋ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ଯେଉଁ ଗାଡିରେ ଧମାକା ହୋଇଛି ତାକୁ ଭାରତୀୟ ସେନାର କିଛି ଯବାନ ଭଡାରେ ନେଇଥିଲେ । ତେବେ କେଉଁ କାରଣ ପାଇଁ ବିସ୍ଫୋରଣ ଘଟିଲା ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗାଡି ଭିତରେ ପୂର୍ବରୁ ହିଁ ଆଇଡି ରଖା ଯାଇଥାଇପାରେ ବୋଲି ସନ୍ଦେହ କରୁଛି ସୁରକ୍ଷା ଏଜେନ୍ସି । ଅନ୍ୟପଟେ ଗ୍ରେନେଡ୍‌ ମାଡ ହୋଇଥିବା ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏହା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୋଲି ସନ୍ଦେହ କରାଯାଉଛି । ବିସ୍ଫୋରଣ ଘଟଣାକୁ ନେଇ ଜାମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ‘କେଉଁ କାରଣରୁ ବିସ୍ଫୋରଣ ଘଟିଲା ସେ ନେଇ ଖୋଳତାଡ ଜାରିରହିଛି । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ’। ଏହା ପୂର୍ବରୁ ବୁଧବାର ରାତି ପ୍ରାୟ ୮.୪୫ରେ ଶୋପିଆନ ଜିଲ୍ଲା କିଗମ୍‌ରେ ଜଣେ ସାଧାରଣ ନାଗରିକଙ୍କୁ ଘରେ ପଶି ଗୁଳି କରିଥିଲେ ଆତଙ୍କବାଦୀ । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି । ଗତ ମାସକ ମଧ୍ୟରେ ଲଗାତାର ଭାବେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସୁଛନ୍ତି ସାଧାରଣ ଜନତା । ଗତ ମଙ୍ଗଳବାର କୁଲଗାମ ସ୍ଥିତ ସାମ୍ବା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କୀ । ସେହିଭଳି ମେ ୧୮ ତାରିଖରେ ଏକ ମଦ ଦୋକାନ ମଧ୍ୟରେ ପଶି ଗ୍ରେନେଡ୍‌ ମାଡ କରିଥିଲେ । ମେ ୨୪ ତାରିଖରେ ଶ୍ରୀନଗରରେ ଜଣେ ପୋଲିସ କର୍ମୀ ସୈଫୁଲ୍ଲା କାଦରୀଙ୍କୁ ତାଙ୍କ ଘର ବାହାରେ ହିଁ ଗୁଳିକରି ହତ୍ୟା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: