ଜମ୍ମୁ କଶ୍ମୀର ଜେଲ୍ ମହାନିର୍ଦ୍ଦେଶକଙ୍କ ଗଳାକାଟି ହତ୍ୟା

ଶ୍ରୀନଗର,୪/୧୦:ଜମ୍ମୁକଶ୍ମୀର ଜେଲ୍ ଡିଜିଙ୍କୁ ହତ୍ୟା । ୧୯୯୨ ମସିହା ଆଇପିଏସ୍ ଅଫିସର୍ ହେମନ୍ତ ଲୋହିଆଙ୍କ ମୃତଦେହ ତାଙ୍କ ଜମ୍ମୁ ବାସଭବନରୁ ମିଳିଛି । ଗତକାଲି ରକ୍ତାକ୍ତ ଅବସ୍ଥାରେ ମୃତଦେହକୁ ଦେଖିଥିଲେ ପରିବାରଲୋକେ । ଏହାପରେ ପରିବାରଲୋକେ ପୋଲିସ୍‌କୁ ଖବର ଦେଇଥିଲେ । ଜେଲ୍ ଡିଜିଙ୍କ ଘରେ କାମ କରୁଥିବା ସହାୟକ ଜଣକ ନିଖୋଜ ଅଛନ୍ତି । ପ୍ରାଥମିକ ଭାବେ ତାଙ୍କ ଉପରେ ସନ୍ଦେହ କରାଯାଇ ଖୋଜାଖୋଜି କରୁଛି ପୋଲିସ୍ । ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସର୍ଚ୍ଚ ଅପରେସନ୍‌କୁ ବି ଜୋରଦାର କରାଯାଇଛି । ରାଜ୍ୟର ଟପ୍ ମୋଷ୍ଟ ପୋଲିସ୍ ଅଧିକାରୀଙ୍କ ହତ୍ୟାକୁ ନେଇ ଏବେ ଚହଳ ସୃଷ୍ଟି ହୋଇଛି । କେନ୍ଦ୍ରଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଗସ୍ତ ବେଳେ ଏତେ ବଡ଼ ଅଘଟଣ ଘଟିଥିବାରୁ ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି ।ଜମ୍ମୁ କାଶ୍ମୀର ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ (ଜମ୍ମୁ ଜୋନ୍) ମୁକେଶ ସିଂହ କହିଛନ୍ତି, ତାଙ୍କ ଘରେ ସହାୟକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଜଣକ ଏବେ ଫେରାର ଅଛି ଏବଂ ତାକୁ ଧରିବା ପାଇଁ ପ୍ରୟାସ ଚାଲିଛି। ଫୋରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ଆଜି ତିନିଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଥିବାବେଳେ ଏଭଳି ଅପରାଧ ଘଟିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: