ଜମ୍ମୁ-କାଶ୍ମୀରରେ ଜୈଶ-ଏ-ଅହମ୍ମଦର ଆତଙ୍କବାଦୀ ଗିରଫ

ଶ୍ରୀନଗର, ୧୦/୧୨: ଜମ୍ମୁ-କାଶ୍ମୀରରେ ଜୈଶ-ଏ-ଅହମ୍ମଦ ଆତଙ୍କବାଦୀ ସଙ୍ଗଠନର ଜଣେ ଦୁର୍ଦ୍ଦାନ୍ତ ଆତଙ୍କୀକୁ ଗିରଫ କରାଯାଇଛି । ବଡଗାମ୍ ପୋଲିସ ଚେକ୍ ପୋଷ୍ଟରେ ଅପରେସନ କରୁଥିବା ବେଳେ ଆତଙ୍କବାଦୀ ତାରିକ ଅହମ୍ମଦ ଭଟ୍ଟଙ୍କୁ ଗିରଫ କରାଯାଇଛି । ତା ନିକଟରୁ ଏକ ପିସ୍ତଲ ଓ ଗୁଳିଗୋଳା ଜବତ ହୋଇଛି । ଗତ ମାସରେ ଅବନ୍ତିପୁରାରେ ପୋଲିସକୁ ବଡ ସଫଳତା ମିଳିଥିଲା । ପୋଲିସ ତ୍ରାଲ୍ ଓ ପମ୍ପୋର ଅଞ୍ଚଳରେ ଜୈଶ-ଏ-ଅହମ୍ମଦର ଦୁଇ ସଦସ୍ୟଙ୍କୁ ଗିରଫ କରାଯାଇଥିଲା । ଏହି ଦୁଇ ସଦସ୍ୟ ଅନ୍ୟ ଆତଙ୍କବାଦୀଙ୍କ ପାଇଁ ଖାଇବା ଓ ରହିବା ବନ୍ଦୋବସ୍ତ କରୁଥିଲେ ।ଗିରଫ ୨ ସଦସ୍ୟ ଅନ୍ୟ ହାର୍ଡକୋର ଆତଙ୍କବାଦୀଙ୍କ ରହିବା ଖାଇବା ବ୍ୟତୀତ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଉଥିଲେ । ଏହାବ୍ୟତୀତ ଅନେକ ଗୁଇନ୍ଦା ତଥ୍ୟ ପ୍ରଦାନ କରୁଥିଲେ । ଗିରଫ ୨ ସଦସ୍ୟ ହେଲେ ବିଲାଲ ଚୋପାନ ଓ ମୁର୍ଶଲିନ୍ ବସୀର ସେଖ୍ । ନିକଟରେ ଗତ ୭ ତାରିଖରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏନକାଉଣ୍ଟରରେ ୫ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ଜଣ ପଞ୍ଜାବର ହୋଇଥିବା ବେଳେ ୩ଜଣ ହେଉଛନ୍ତି କାଶ୍ମୀରର । ଏହି ସମସ୍ତ ଆଇଏସଆଇ ଓ ଖଲିସ୍ତାନ ସଙ୍ଗଠନ ସହ ଜଡିତ ରହିଥିଲେ । ଏମାନଙ୍କୁ ଧରିବା ପାଇଁ ଦୀର୍ଘ ଦିନ ହେବ ଅପରେସନ ଜାରି ରହିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!