ଜରିସାହି ନୋଡ଼ାଲ ପ୍ରଧାନଶିକ୍ଷକ ଅଜାମ୍ବର ତରାଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରାଜକନିକା,୩/୬ : ଶିକ୍ଷକତା ଜୀବନରେ ଅବସର ନଥାଏ, ଜଣେ ଶିକ୍ଷକଙ୍କ ଛାତ୍ରବତ୍ସଳତା ପାଇଁ ସବୁ ସମୟରେ ସେ ପୂଜା ପାଇଥାନ୍ତି । ଆଦର୍ଶ ଶିକ୍ଷକ ସବୁବେଳେ ସମାଜରେ ଆଦରଲାଭ କରନ୍ତି ବୋଲି ଜରିସାହି ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜାମ୍ବର ତରାଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରାକ୍ତନ ପ୍ରଧାନଶିକ୍ଷକ କଳ୍ପତରୁ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜକନିକା ବ୍ଳକ୍ ଶିକ୍ଷା ଅଧିକାରୀ ସରୋଜକାନ୍ତ ବିହାରୀ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପଂଚାୟତ ସମିତିର ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ରାମଚନ୍ଦ୍ର ଦାଶ, ଏସ୍‌ଡ଼ି ହାଇସ୍କୁଲର ପ୍ରଧାନଶିକ୍ଷକ ସୌଭାଗ୍ୟ କୁମାର ଦାସ ଏବଂ ଅତିରିକ୍ତ ଶିକ୍ଷା ଅଧିକାରୀ ହୃର୍ଷିକେଶ ରଥ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀତରାଇଙ୍କୁ ଉତ୍ତରୀୟ ମାନପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଧାନ କରି ସମ୍ବର୍ଦ୍ଧିତ କରି ତାଙ୍କ ନିରାମୟ ଜୀବନଯାପନ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଚାକିରୀ ଜୀବନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜରିସାହି ନୋଡ଼ାଲରେ ତିନି ପିଢ଼ିର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବାର ସୁଯୋଗ ପାଇଁ ଧନ୍ୟମନେ କରୁଛି । ମୋର ଛାତ୍ର ଛାତ୍ରୀଙ୍କ ଭଲ ପାଇବା ମୋ ଜୀବନର ସାର୍ଥକତା ବୋଲି ଅବସରପ୍ରାପ୍ତ ପ୍ରଧାନଶିକ୍ଷକଶ୍ରୀ ତରାଇ କୋହଭରା କଣ୍ଠରେ କହିଥିଲେ । ଏହି ଅବସରରେ ବ୍ଲକ୍ ଶିକ୍ଷାଅଧିକାରୀ କାର୍ଯ୍ୟାଳୟର ମୁଖ୍ୟ ଲିପିକ ଅମର କୁମାର ଭୂୟାଁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସହକାରୀ ଶିକ୍ଷକ ହେମନ୍ତ ମହାପାତ୍ର ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ । ଛାତ୍ରଛାତ୍ରୀମାନେ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟୀ, ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ସବୁ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନଙ୍କ ପକ୍ଷରୁ ଶ୍ରୀତରାଇଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନଶିକ୍ଷୟତ୍ରୀ ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀ, ପ୍ରଭାତୀ ବେହୁରା, ଦିପ୍ତିବାଳା ତରାଇ ଏବଂ ପ୍ରମୋଦ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏସ୍‌ଡ଼ି ହାଇସ୍କୁଲର ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷୟତ୍ରୀ,କର୍ମଚାରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ । ଶେଷରେ ପରିଚାଳନା କମିଟର ପ୍ରାକ୍ତନ ସଭାପତି ପରମେଶ୍ୱର ସୂତାର ଧନ୍ୟବାଦ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: