ଜରୁରୀ ସାମଗ୍ରୀ ପରିବହନ ପାଇଁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି

ଭୁବନେଶ୍ୱର,୧୭ା୩ : ଚାଳକ ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ଏଥିରେ ପୁଲିସ ମହାନିର୍ଦେଶକ, ଉନ୍ନୟନ ଆୟୁକ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଏବଂ ପରିବହନ ଆୟୁକ୍ତ ସଦସ୍ୟ ରହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ ସୁନିଶ୍ଚିତ କରିବାକୁ ଏହି ଟାସ୍କଫୋର୍ସ ଆବଶ୍ୟକ ପଦକ୍ଷେପ ନେବ। ଏହାସହ ତିନୋଟି ୨୪ ଘଣ୍ଟିଆ କ‌େ‌ଣ୍ଟ୍ରାଲ୍ ରୁମ୍ ପ୍ରତିଷ୍ଠା କରାଯାଇଛି। ସେଗୁଡ଼ିକ ହେଲା- ଷ୍ଟେଟ୍ ଇମର୍ଜେନ୍ସି ରେସପନସ୍ ସେଣ୍ଟର (ନମ୍ବର ୧୧୨), ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ (ନମ୍ବର ୧୮୦୦୩୪୫୧୦୭୩) ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର (ନମ୍ବର ୦୬୭୪-୨୩୯୩୬୪୪)।ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନର ସମାଧାନ ପାଇଁ ରାଜ୍ୟ ସରକାର ୩ ମାସର ମହଲତ ନେଇଛନ୍ତି। ଏହି ୩ ମାସ ମଧ୍ୟରେ ସେମାନଙ୍କ ଦାବି ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଗତକାଲି ସନ୍ଧ୍ୟାରେ ହୋଇଥିବା ବୈଠକରେ ଏହା ସ୍ଥିର କରାଯାଇଛି। ସେପଟେ ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ମହାସଂଘ କହିଛି, ଗତକାଲି ଲିଖିତ ପ୍ରତିଶ୍ରୁତି ମିଳିଥିଲେ ବି ଆଜି ଚୁଡାନ୍ତ ନିଷ୍ପତ୍ତି ନେବୁ। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନରେ ଯେଉଁ ସମସ୍ୟା ହୋଇଥିଲା, ତା’ର ସମାଧାନ ପାଇଁ ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି। ଅନ୍ୟ ସଦସ୍ୟମାନେ ହେଲେ- ଡିଜିପି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: