ଜର୍ମାନରେ ପ୍ରଧାନମନ୍ତ୍ରୀ, ଜି-୭ ଶିଖର ବୈଠକରେ ଯୋଗଦେବେ

ନୂଆଦିଲ୍ଲୀ,୨୬/୦୬:  ଜୁନ୍ ୨୬ରୁ ୨୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ଜର୍ମାନୀ ଓ ୟୁଏଇ ଗସ୍ତରେ ଯାଉଛନ୍ତି। ତା’ର ଅବ୍ୟବହିତ ପୂର୍ବରୁ ସେ ଏକ ବିବୃତି ଜାରି କରିଛନ୍ତି। ସେହି ବିବୃତି ଅନୁଯାୟୀ ଜର୍ମାନ ଚାନସେଲର ମହାମହିମ ଓଲାଫ ସୋଜଙ୍କ ଆମନ୍ତ୍ରଣକ୍ରମେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ଜର୍ମାନୀର ସୋଲସ ଏଲାମୁ ଗସ୍ତରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ବିଦେଶ ଗସ୍ତରେ ଯାଇ ଆଜି ଜର୍ମାନରେ ପହଂଚିଛନ୍ତି। ଶ୍ରୀ ମୋଦୀ ସ୍ୱତନ୍ତ୍ର ଅତିଥି ଭାବେ ଜି-୭ ଶିଖର ବୈଠକରେ ଯୋଗଦେବେ। ଆଜି ଓ ଆସନ୍ତାକାଲି ଜି-୭ ଶିଖର ବୈଠକ ଅନୁଷ୍ଠିତ ହେବ। ଜି-୭ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ କାନାଡ଼ା, ଫ୍ରାନ୍ସ, ଜର୍ମାନ, ଇଟାଲୀ, ଜାପାନ, ବ୍ରିଟେନ୍‍ ଓ ଆମେରିକା ଅଛନ୍ତି। ଜର୍ମାନ ବର୍ତ୍ତମାନ ଏହାର ଅଧ୍ୟକ୍ଷ ରହିଛି। ଭାରତ ଓ ଜର୍ମାନ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଭିତ୍ତିରେ ଭାରତକୁ ଜି-୭ ଶିଖର ବୈଠକକୁ ଆମନ୍ତ୍ରଣ କରାଯାଇଛି।ଜର୍ମାନୀ ଚାନସେଲରଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଜି-୭ ଶିଖର ବୈଠକରେ ଯୋଗଦେବାକୁ ଜର୍ମାନ ଗସ୍ତ କରିଛନ୍ତି। ଏହି ବୈଠକରେ ଜଳବାୟୁ, ଶକ୍ତି, ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ପୁରୁଷ ମହିଳା ସମାନତା ବିଷୟ ଉପରେ ଆଲୋଚନା ହେବ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନରେ ଥିବା ପ୍ରବାସୀ ଭାରତୀୟମାନଙ୍କ ସହ ବାର୍ତ୍ତାଳାପ କରିବେ। ଜି-୭ ଶିଖର ବୈଠକ ପରେ ପ୍ରଧାନମନ୍ତ୍ରୀ ୨୮ ତାରିଖ ଦିନ ସଂଯୁକ୍ତ ଆରବ ଏମିରେଟ୍‍ ଗସ୍ତ କରି ପୂର୍ବତନ ରାଷ୍ଟ୍ରପତି ଶେଖ୍‍ ଖଲିଫା ଜୟେଦ୍‍ ଅଲ୍‍ ନାହିୟେଙ୍କ ବିୟୋଗରେ ସମବେଦନା ଜ୍ଞାପନ କରିବେ ଓ ସେଠାକାର ନୂଆ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‍ ଜୟେଦ୍‍ ଅଲ୍‍ ନାହିୟେଙ୍କୁ ଅଭିନନ୍ଦନ ଜଣାଇବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: