ଜର୍ମାନୀରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨୬/୦୬: ଜି-7 ଶିଖର ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ମ୍ୟୁନିଖ ଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିଛନ୍ତି। ପିଏମ ମୋଦୀ ନିଜ ସମ୍ୱୋଧନରେ ଜରୁରୀକାଳୀନ ପରିସ୍ଥିତିଠୁ ଆରମ୍ଭ କରି ଗଣତନ୍ତ୍ର ଉପରେ ମତ ରଖିଥିଲେ। ପିଏମ ମୋଦୀ କହିଛନ୍ତି, ଭାରତର ଲୋକମାନେ ଲୋକତନ୍ତ୍ରକୁ ଦବାଇବାର ସବୁ ଷଡଯନ୍ତ୍ରର ଜବାବ, ଗଣତାନ୍ତ୍ରିକ ପଦ୍ଧତିରେ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ୭ ଶିଖର ସମ୍ମିଳନୀରେ ଭାଗନେବା ପାଇଁ ରବିବାର ଜର୍ମାନୀର ମ୍ୟୁନିକ୍ ରେ ପହଞ୍ଚିଛନ୍ତି । ଦୁଇ ଦିବସୀୟ ଶିଖର ସମ୍ମିଳନୀ ସମୟରେ ମୋଦୀ ଜି ୭ ଏବଂ ସେଠାରେ ପହଞ୍ଚିଥିବା ଅନ୍ୟ ଦୋଙ୍କ ସହ ବୈଠକ କରିବେ । ଏହି ସମୟରେ ସେ ସମସାମୟିକ ମୁଦ୍ଦାକୁ ନେଇ କଥାବର୍ତ୍ତା କରିବେ  । ତେବେ ବୈଠକ ପୂର୍ବରୁ ୟୁନିକରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଜରୁରୀ ପରିସ୍ଥିତର ବିଷୟରେ କହିବା ସହ ସମ୍ବୋଧନ ଆରମ୍ଭ କରିଥିଲେ । ଏହି ଅବସରରେ ମୋଦୀ କହିଛନ୍ତି ଯେ ଭାରତ ଗଣତନ୍ତ୍ରର ଜନନୀ । ସବୁ ଭାରତୀୟଙ୍କ ଡିଏନଏରେ ଗଣତନ୍ତ୍ର ଭରିରହିଛି । ନରେନ୍ଦ୍ର ମୋଦୀ କହିଛନ୍ତ ଯେ ଭାରତର ଲୋକ ଗଣତନ୍ତ୍ରକୁ ନଷ୍ଟ କରିବାର ଜବାବ ଗଣତନ୍ତ୍ର ଉପାୟରେ ଦେଇଛନ୍ତି । ଆମେ ଭାରତୀୟ ଯେଉଁଠିବି ରହିବୁ ଆଗ ଗଣତନ୍ତ୍ର ଉପରେ ଗର୍ବ କରିଥାଉ । ସବୁ ଭାରତୀୟ ଗର୍ବରେ କୁହେ, ଭାରତ ଗଣତନ୍ତ୍ରର ଜନନୀ । ମୋଦୀ କହିଛନ୍ତି ଆଜି ସ୍ୱଚ୍ଛତା ଭାରତର ଜୀବନଶୈଳୀ ହୋଇଛି । ଭାରତର ଲୋକମାନେ, ଭାରତର ଯୁବକମାନେ ଦେଶକୁ ସ୍ୱଚ୍ଛ ରଖିବା ନିଜକୁ କର୍ତ୍ତବ୍ୟ ଭାବୁଛନ୍ତି । ଆଜି ଭାରତଙ୍କ ଲୋକଙ୍କୁ ଭରଷା ଅଛି ଯେ ସେମାନଙ୍କ ଟଙ୍କା ସଚ୍ଚୋଟ ଭାବରେ ଦେଶ କାମରେ ଲାଗୁଛି ଭ୍ରଷ୍ଟାଚାର ପାଇଁ ନୁହେଁ ।ମୋଦୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଆଜି ଭାରତର ସବୁ ଗାଁକୁ ବିଜୁଳି ପହଞ୍ଚିଛି । ପ୍ରାୟ ସବୁ ଗାଁକୁ ସଡ଼କ ମଧ୍ୟ ହୋଇଛି । ଭାରତର ୯୯ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ସ୍ୱଚ୍ଛ ରୋଷେଇ ପାଇଁ ଗ୍ୟାସ୍ କନେକ୍ସନ ରହିଛି । ପ୍ରତି ପରିବାର ବ୍ୟାଙ୍କିଂ ସିଷ୍ଟମ ସଜ ଯୋଡ଼ି ହୋଇଛି । ପ୍ରତି ଗରିବକୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମଧ୍ୟ ଯୋଗାଯାଉଛି । ସେ ଆହୁରି କହିଛନ୍ତି ଯେ କରୋନାର ଏହି ସମୟରେ ଭାରତ ଗତ ଦୁଇ ବର୍ଷରୁ ୮୦ କୋଟି ଗରିବଙ୍କ ପାଇଁ ମାଗଣା ରାସନ ପ୍ରଦାନ କରୁଛି । ଭାରତରେ ପ୍ରତି ମାସରେ ୫୦୦ ରୁ ଅଧିକ ଆଧୁନିକ ରେଲୱେ କୋଚ ତିଆରି ହେଉଛି । ପ୍ରତି ମାସରେ ୧୮ ଲକ୍ଷ ଘରକୁ ପାଇପ୍ ପାଣି ଯୋଗାଣ ହେଉଛି । ମୋଦୀ କହିଛନ୍ତି ଦୁନିଆରେ ହେଉଥିବା  ରିୟଲଟାଇମ ଡିଜିଟାଲ ପେମେଣ୍ଟ ମଧ୍ୟରୁ ୪୦ % ଟ୍ରାଞ୍ଜାକ୍ସନ ଭାରତରୁ ହିଁ ହେଉଛି । ପିଏମ ମୋଦୀ କହିଛନ୍ତି ଭାରତୀୟଙ୍କ ମଧ୍ୟରେ ପୁରୁଣା ମାନସିତା ବଦଳିଛି,  ଆଜି ଭାରତ ଅଗ୍ରସର ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: