କନ୍ଧମାଳ,୨୧/୨: ବାଲିଗୁଡ଼ା ଜଲେଶପଟା କନ୍ୟାଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଶେଷରେ ଗିରଫ ହୋଇଛି। ରାୟଗଡ଼ା ଚାଟିକଣାରୁ ଅଭିଯୁକ୍ତ ଅଭିଯୁକ୍ତ ମହାଦେବ ମହାରାଜକୁ ଗିରଫ କରିଛି କନ୍ଧମାଳ ପୋଲିସ୍। ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି। ଅଭିଯୁକ୍ତ ଫୋନ୍ରେ ସ୍ୱାମୀଜୀଙ୍କୁ ହତ୍ୟା ଧମକ ଦେଇଥିଲା। ପୂର୍ବରୁ ମହାଦେବ ଜଲେଶପଟା ଆଶ୍ରମରେ କାମ କରୁଥିଲେ। ପୂର୍ବରୁ ସ୍ୱାମୀଜୀଙ୍କ ସହିତ ଅଭିଯୁକ୍ତଙ୍କ ମତାନ୍ତର ଥିଲା। ଏଥିପାଇଁ ସେ ଏପରି ଧମକ୍ ଦେଇଥିଲା ବୋଲି କନ୍ଧମାଳ ଏସ୍ପି କହିଛନ୍ତି। ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଜଲେଶପଟା ସଂକୃତ କନ୍ୟାଶ୍ରମ ପରିଚାଳକ ସ୍ୱାମୀ ଜୀବନମୁକ୍ତା ନନ୍ଦ ପୁରୀଙ୍କୁ ଗତକାଲି ଏକ ଅଜଣା ମୋବାଇଲ ନମ୍ବରରୁ ହତ୍ୟା ଧମକ ସହ କନ୍ୟାଶ୍ରମ ଉଡାଇଦେବା ନେଇ ସନ୍ଧ୍ୟା ୫.୩୦ ମିନିଟରେ ଧମକପୂର୍ଣ୍ଣ ଫୋନ କଲ୍ ଆସିଥିଲା। ଏ ନେଇ ସ୍ୱାମୀଜୀ ତୁମୁଡ଼ିବନ୍ଧ ଥାନାରେ ଏତଲା ଦେବାପରେ ତାଙ୍କୁ ଓ ଆଶ୍ରମ ପରିସରରେ ସୁରକ୍ଷା କଡ଼ାକଡ଼ି ଗ୍ରହଣ କରାଯାଇଛି। ଆଉ ଆଜି ପୁଣି ଥରେ ସେହି ଏକ ନିର୍ଦ୍ଧିଷ୍ଟ ଫୋନ ନମ୍ବରରୁ ସକାଳ ୯ଟା ସମୟରେ ହତ୍ୟା ଧମକ ଆସିଥିଲା। ଏହି ଘଟଣା ପରେ ସ୍ୱାମୀଜୀ ଓ ଆଶ୍ରମର କର୍ମଚାରୀ ଛାନିଆ ହୋଇପଡ଼ିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |