‘ଜଲ୍‌ସା’ରେ ବଢ଼ିଲା ସୁରକ୍ଷା

ମୁମ୍ବାଇ,୧୬।୯:  ବଲିଉଡରେ ଡ୍ରଗ୍ସ କନେକ୍ସନକୁ ନେଇ ଜୟା ସଂସଦରେ କହିଥିଲେ, ବଲିଉଡ ଇଣ୍ଡଷ୍ଟ୍ରୀର ଛବି ଖରାପ କରିବାର ଚେଷ୍ଟା କରାଯାଉଛି। ଜୟାଙ୍କ ଏହି ମନ୍ତବ୍ୟ ପରେ ତାଙ୍କୁ ସୋସିଆଲ ମିଡିଆ ୟୁଜର ଖୁବ୍ ସମାଲୋଚନା କରିଥିଲେ। ଏସବୁ ଦେଖି ମୁମ୍ବାଇ ପୋଲିସ ସୁରକ୍ଷା ବଢାଇ ଦେଇଛି। ଜୟାଙ୍କ ଏହି ମନ୍ତବ୍ୟକୁ ଶିବସେନା ପକ୍ଷରୁ ସମର୍ଥନ କରାଯିବା ସହ ଦଳର ମୁଖପତ୍ର ‘ସାମନା’ରେ ଖୁବ୍ ପ୍ରଶଂସା କରାଯାଇଛି। ତେବେ ଜୟାଙ୍କର ଏହି ମନ୍ତବ୍ୟକୁ ନେଇ ପୁଣିଥରେ ଟାର୍ଗେଟ କରିଛନ୍ତି କଙ୍ଗନା। ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଘର ବାହାରେ ବଢାଇ ଦିଆଗଲା ସୁରକ୍ଷା। ଏହାର କାରଣ ହେଉଛି  ସଂସଦରେ ପତ୍ନୀ ଜୟା ବଚ୍ଚନ ଦେଇଥିବା ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ୟୁଜରମାନେ ଜୟା ଓ ତାଙ୍କ ପରିବାରକୁ କଡା ସମାଲୋଚନା କରିଥିଲେ। ଏହାକୁ ଦେଖି କୌଣସି ଅଘଟଣକୁ ନହେଉ ତାକୁ ଆଶଙ୍କା କରି ଅମିତାଭଙ୍କ ଘର ବାହାରେ ସୁରକ୍ଷା ବଢାଇ ଦିଆଯାଇଛି। ମୁମ୍ବାଇର ଜୁହୁରେ ଥିବା ‘ଜଲସା’ ବଚ୍ଚନ ପରିବାର ରୁହନ୍ତି। ଗତକାଲି ସଂସଦରେ ସାଂସଦ ରବି କିଷନ  ଡ୍ରଗ୍ସ ମାମଲାରେ ବଲିଉଡର ସମ୍ପୃକ୍ତି ନେଇ କହିଥିଲେ। ଏହା ସହ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ନେଇ କହିବା ସହ ବଲିଉଡକୁ ଘେରିବାକୁ ଚେଷ୍ଟା କରିଥିଲେ।  ଜୟା ତାଙ୍କୁ କଡ ସମାଲୋଚନା କରି କହିଥିଲେ, ଫିଲ୍ମ ଜଗତର କିଛି ଲୋକ ସୋସିଆଲ ମିଡିଆ ଜରିଆରେ ବିବାଦ ସୃଷ୍ଟି କରୁଛନ୍ତି। ବଲିଉଡ ପ୍ରତି ଖରାପ ଶବ୍ଦ ପ୍ରୟୋଗ କରାଯାଉଛି। ସରକାର ଏହା ପ୍ରତି ଦୃଷ୍ଟି ଦିଅନ୍ତୁ। ବଲିଉଡରେ କାମ କରି ଏହାର ଛବିକୁ ଖରାପ କରାଯାଉଛି। ଯେଉଁଥାଳିରେ ଖାଇଲେ ତାକୁ କଣା କଲେ, ଏହା ଲଜ୍ୟାଜନକ। ଜୟାଙ୍କ ଏହି କଥାର ଉତ୍ତରରେ କଙ୍ଗନା ଟୁଇଟ୍ କରି ଲେଖିଛନ୍ତି, ଜୟା ଜୀ ଓ ତାଙ୍କର ଇଣ୍ଡଷ୍ଟ୍ରୀ କେଉଁ ଥାଳି ଦେଇଛନ୍ତି? ଗୋଟିଏ ଥାଳି ମିଳିଥିଲା, ଯେଉଁଥିରେ ଦୁଇ ମିନିଟର ରୋଲ୍, ଆଇଟମ୍ ନମ୍ବର ଓ ଏକ ରୋମାଣ୍ଟିକ୍ ସିପ୍ ମିଳୁଥିଲା। ତାହା ପୁଣି ହିରୋ ସହ ଶୋଇବା ପରେ, ମୁଁ ଏହି ଇଣ୍ଡଷ୍ଟ୍ରୀକୁ ଫେମିନିଜିମ୍ ଶିଖାଇଲି, ଥାଳି ଦେଶ ଭକ୍ତି ନାରୀପ୍ରଧାନ ଫିଲ୍ମ ଦ୍ବାରା ସଜାଇଲି, ଏହା ମୋର ନିଜ ଥାଳି, ଜୟା ଜୀ ଆପଣଙ୍କର ନୁହେଁ। ଏହାପରେ ରବି କିଷନ ଟୁଇଟ୍ କରି କହିଛନ୍ତି- ଯେଉଁ ଥାଳିରେ ବିଷ ରହିଛି, ତାକୁ  କଣା କରିବାକୁ ପଡିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!