ଭୁବନେଶ୍ୱର ,୨୩।୯: ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର । ତାଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ତାମିଲନାଡ଼ୁ ପୋଲିସ୍ ଡିଜି ଦାୟିତ୍ୱ ତୁଲାଇଛନ୍ତି ଜଳଦ ତ୍ରିପାଠୀ ।ଜଳଦ ତ୍ରିପାଠୀ ତାମିଲନାଡ଼ୁର ପୂର୍ବତନ ପୋଲିସ ଡିଜି ଥିଲେ । ଓଡ଼ିଶା ସରକାର ତାଙ୍କୁ ନୂଆ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ।ଜଳଦ ତ୍ରିପାଠୀ ହେଉଛନ୍ତି ୧୯୮୫ ମସିହା ଆଇପିଏସ୍ ଅଧିକାରୀ । ତାମିଲନାଡୁରେ ସେ ଡିଜିପି ଭାବେ କାର୍ଯ୍ୟଭାର ତୁଲାଇଥିଲେ । ସେ ବେଶ୍ ଦକ୍ଷ ଆଇପିଏସ୍ ଅଧିକାରୀଭାବେ ପରିଚିତ । ଓଡ଼ିଶାରେ ଜନ୍ମିତ ଜଳଦ ତ୍ରିପାଠୀ ପ୍ରାୟ ୩୦ ବର୍ଷ ଧରି ତାମିଲନାଡୁରେ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ । ଅପରାଧ ନିୟନ୍ତ୍ରଣରେ ବଶ୍ ବେଶ୍ ପାରଦର୍ଶୀ ଥିଲେ । ତାଙ୍କର କେତକ ନୂଆ ପଦକ୍ଷେପ ଯୋଗୁଁ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ପାଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |