ଜଳି-ଭିତରଗଡ ପାଟନାଳୀର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ

ରାଜନଗର,୧୫୩(ପ୍ରିୟବ୍ରତ ଓଝା); ରାଜନଗର ବ୍ଲକ କଣ୍ଡିରା ପଚାଂୟତ ଜଳିଠାରେ ଜଳି-ଭିତରଗଡ ପାଟନାଳୀ ଓ ଏହାର ଶାଖା ନାଳଗୁଡିକର ପୁନରୁଦ୍ଧାର ଜଳନିକାଷୀ(ଡ୍ରେନେଜ) ବିଭାଜନ ପକ୍ଷରୁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧୃବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଛନ୍ତି । ୩କୋଟି ୬୫ଲକ୍ଷ ଟଙ୍କା ବ୍ୟୟରେ କଣ୍ଡିରା ଓ ଭିତରଗଡ ପଞ୍ଚାୟତର ପ୍ରାୟ ୫୫କି.ମି.ର ପାଟନାଳୀ ଏବଂ ଏହାର ଶାଖାନାଳଗୁଡିକର ପୁନରୁଦ୍ଧାର କରାଯିବ । ଏହି ଉତ୍ସବରେ ପଚାଂୟତ ସମିତି ଅଧ୍ୟକ୍ଷ ଜୟରାମ ସେଠୀ, ଜଳନିକାଷୀ ବିଭାଜନର ନିର୍ବାହୀ ଯନ୍ତ୍ରୀ ବାଙ୍କବିହାରୀ ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦକୁମାର ରାଉତ ଓ ସହକାରୀ ଯନ୍ତ୍ରୀ ପ୍ରବୀଣ ସିଂ, ବ୍ଲକ ବିଜେଡି ସଭାପତି ଅଶୋକକୁମାର ପ୍ରତିହାରୀ, ଜିଲ୍ଲା ପରିଷଦ ସଭ୍ୟା ସବିତା ସେଠୀ, ସରପଚଂ ଶ୍ରୀକାନ୍ତ ପ୍ରଧାନ, ଜୁମର ସ୍ୱାଇଁ, ଆର୍ତବନ୍ଧୁ ମହାନ୍ତି, ଅନାଦୀଚରଣ ଦାସ, ଅନନ୍ତଚରଣ ମହାନ୍ତି, ସରୋଜ ରାଉତ, ଚିତରଂଜନ ପଣ୍ଡା, ରଶ୍ମିରଂଜିତା ସ୍ୱାଇଁ, ବିଜ୍ଞାନରଂଜନ ଜେନା ପ୍ରମୁଖ ସାମିଲ ହୋଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: