ଜଷ୍ଟିସ ସଂଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି

ଭୁବନେଶ୍ବର, ୩/୬ :  ଜଷ୍ଟିସ ସଂଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ।। ଆଡଭୋକେଟ ସଞ୍ଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ନୂଆ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ଜଣ ଜଜ୍, ଅତିରିକ୍ତ ଜଜଙ୍କୁ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ନିଯୁକ୍ତି ଦେଇଛନ୍ତି । ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଖତିମ ରେଜା ଓ ଡ. ଅଂଶୁମାନଙ୍କୁ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି କୁଳଦୀପ ମାଥୁର ଓ ଶୁଭା ମେହତାଙ୍କୁ ରାଜସ୍ଥାନ ହାଇକୋର୍ଟର ବିଚାରପତି, ଉର୍ମିଳା ସଚିନ ଯୋଶୀ-ଫାଲକେ ଓ ଭରତ ପାଣ୍ଡୁରାଙ୍ଗ ଦେଶପାଣ୍ଡେଙ୍କୁ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ମିଳିଛି । ସେହିପରି ରାଜା ବାସୁ ଚୌଧୁରୀ ଓ ଲୋପିତା ବାନର୍ଜୀଙ୍କୁ କୋଲକାତା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କୁ ଝାରଖଣ୍ଡ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ସୁନ୍ଦର ମୋହନ ଓ କବାଲି କୁମାରେଶ ବାବୁଙ୍କୁ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: