ଜାଗର ପାଇଁ ଜାରି ହେଲା କଟକଣା: ମେଳା ଉପରେ ଲାଗିଲା ରୋକ୍

ଭୁବନେଶ୍ବର ୯।୩: କରୋନା ମହାମାରୀକୁ ଦୃଷ୍ଟିର ରଖି ଜାଗର ଯାତ୍ରା ପାଇଁ ଜାରି ହୋଇଛି କଟକଣା । ମହାଶିବରାତ୍ରୀରେ ଅନୁଷ୍ଠିତ ହେଉଥିବା ଜାଗତ ଯାତ୍ରା ବେଳେ ସାଧାରଣତଃ ବହୁ ଜନସମାଗମ ହୋଇଥାଏ । ତେଣୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହି ଭିଡକୁ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ଏହି କଟକଣା ଜାରି କରାଯାଇଛି । ଏହି ଗାଇଡ୍ ଲାଇନ୍ ଅନୁସାରେ ମହାଶିବରାତ୍ରୀ ଅବସରରେ ଶୈବପୀଠ ସହ ଅନ୍ୟାନ୍ୟା ଦେବାଦେବୀଙ୍କ ମନ୍ଦିରରେ ଭିଡ ଉପରେ ରୋକ୍ ଲଗାଯିବ । ମନ୍ଦିର ଭିତରେ ଓ ବାହାରେ ଜନ ଗହଳି ଉପରେ କଟକଣା ଲଗାଯାଇଛି । ଏହି ଅବସରରେ ବସୁଥିବା ମେଳା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମେଳାରେ ଅଧିକ ଲୋକ ସମାଗମ ହେତୁ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ ତେଣୁ ଏଭଳି ସ୍ଥିତିରେ ମେଳା ବସିବା ଉଚିତ୍ । କୋଭିଡ୍ ଗାଇଡ୍ ଲାଇନ୍‌କୁ ଦୃଷ୍ଟିରେ ରଖି ଶିବରାତ୍ରୀରେ ମନ୍ଦିର ଆସୁଥିବା ଭକ୍ତମାନେ ମନ୍ଦିର ପରିସରେ ଓ ବାହାରେ ବସିବା ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବେ । ଏହାସହ ଅନେୟ କୋଭିଡ୍ ନିୟମକୁ ମାନିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ବାରା ଦର୍ଶାଯାଇଛି । ଏହି ସମୟରେ ଯେଉଁଭଳି କୋଭିଡ୍ କଟକଣା ପାଳନ ହେବ ସେଥିଲାଗି ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଜାଗରରେ ଅଧିକ ସଂଖ୍ୟାରେ ଜନ ସମାଗମ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଯେଉଁମାନେ ଏହି କଟକଣାକୁ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: