ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତୀରଧାନ ଦିବସ ପାଳିତ

ମାଲକାନଗିରି,୩୦/୧(ଶ୍ରୀନିବାସ ପଣ୍ଡା): ଆଜ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥି ଉପଲକ୍ଷେ ମାଲକାନଗିରିର ବରିଷ୍ଠ ସାମ୍ବାଦିକ ତଥା ସହିଦ ଲକ୍ଷ୍ମଣ ନାୟକ ଉନ୍ନୟନ ସମିତିର ପ୍ରତିଷ୍ଠାତା ସମାଜସେବୀ ଭାସ୍କର ଚନ୍ଦ୍ର ବେହେରାଙ୍କ ଉଦ୍ୟମରେ ଜାତିର ପିତାଙ୍କର ସ୍ୱାଧୀନତା ସଂଗ୍ରାମ, ଭାରତ ଛାଡ଼ ଆନ୍ଦୋଳନ ଲବଣ ସତ୍ୟାଗ୍ରହ ଠାରୁ ଆରମ୍ଭ କରି ଆତତାଇ ନଥୁରାମ ଗଡ଼ସେ ଙ୍କ ଦ୍ଵାରା ଅକାଳ ନିଧନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଅଛି। ସର୍ବଶକ୍ତି, କୃଷକ ସମ୍ବାଦ ର ସମ୍ପାଦକ ସମାଜସେବୀ ଭାସ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଜୋସ୍ନାମୟି ଆଚାର୍ଯ୍ୟ, ପୂର୍ବତନ ଉପଜିଲ୍ଲାପାଳ ରଥୂ କୃଷ୍ଣ ପାତ୍ର, ମାଲକାନଗିରି ଜିଲ୍ଲା ଜୀବିକା ମିସନର ପରିଚାଳକ ପବିତ୍ର ମୋହନ ବାରା, ଏସ୍ ଏଲ୍ ଏନ୍ ଡି ଏସ୍ ର ପ୍ରୋଗ୍ରାମ ମ୍ୟାନେଜର ଦିବାକର ସେଠି, ବରିଷ୍ଠ ସାମ୍ବାଦିକ ଶ୍ରୀନିବାସ ପଣ୍ଡା, ମା ଘର ଫାଉଣ୍ଡେସନର ସଭାପତି ଅଞୁ କୁଲଦିପଙ୍କ ସହ ବରିଷ୍ଠ ଶିକ୍ଷାବିତ ମାନେ ଯୋଗଦାନ କରି ଗାନ୍ଧିଜୀଙ୍କ ଶାନ୍ତି ସଦଭାବନା ଓ ଗ୍ରାମ ସ୍ବାରାଜ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲା ର ଶିକ୍ଷକତା ଖେତ୍ରରେ ସଫଳତାର ସହ ବିଦ୍ୟାଳୟ ପରିଚାଳନା ସହିତ ଉତ୍ତମ ଶିକ୍ଷାଦାନ କରିଥୂବା ଶିକ୍ଷକ କୃଷ୍ଣ ଚନ୍ଦ୍ର ବେବର୍ତା, କାଲିମେଳା ମାଗିଂପାଲ୍ଲୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, କପାତୁଟି ବିଦ୍ୟାଳୟ ଶିକ୍ଷକ ଶିଶିର ପ୍ରଧାନ, ମାନବ କୋଣ୍ଡା ବିଦ୍ୟାଳୟର ଶିକ୍ଷକ ମନୋଜ ନାୟକ ଏବଂ ପ୍ରମୋଦ ପଣ୍ଡା ପ୍ରମୁଖଙ୍କୁ ଆଦର୍ଶ ଶିକ୍ଷକ ରୁପେ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବଶେଷରେ ଜିଲ୍ଲା ସାମ୍ବାଦିକ ଶ୍ରୀନିବାସ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

WhatsApp Image 2022 01 30 at 7.55.12 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: