ଜାତିସଂଘ ସାଧାରଣ ପରିଷଦ ଭାରତର ହିନ୍ଦୀ ଭାଷା ପ୍ରସ୍ତାବକୁ ସ୍ୱୀକୃତି

ନୂଆଦିଲ୍ଲୀ,୧୨/୦୬:ହିନ୍ଦୀ ସହିତ ବଙ୍ଗଳା ଓ ଉର୍ଦ୍ଧୁ ଭାଷା ଜାରି ହେବ ଜାତିସଂଘ ସୂଚନା|ଜାତିସଂଘ ସାଧାରଣ ପରିଷଦ ଭାରତର ହିନ୍ଦୀ ଭାଷା ପ୍ରସ୍ତାବକୁ ସ୍ୱୀକୃତି ଦେଇଛି । ଗତକାଲି ଏହି ଘୋଷଣା କରାଯାଇଛି । ହିନ୍ଦୀ ସହିତ ବଙ୍ଗଳା ଓ ଉର୍ଦ୍ଧୁ ଭାଷାକୁ ମଧ୍ୟ ଅନୁମତି ଦିଆଯାଇଛି । ବର୍ତ୍ତମାନ ଜାତିସଂଘର ସମସ୍ତ କାର୍ଯ୍ୟ ଓ ଜରୁରି ସନ୍ଦେଶ ଏହି ଭାଷାରେ ପ୍ରକାଶ କରାଯିବ । ଜାତିସଂଘର ଏଭଳି ପଦକ୍ଷେପକୁ ଭାରତ ସ୍ୱାଗତ କରିଛି । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌. ତିରୁମୂର୍ତ୍ତି କହିଛନ୍ତି ଚଳିତବର୍ଷ ପ୍ରଥମକରି ପ୍ରସ୍ତାବରେ ହିନ୍ଦୀ ଭାଷାକୁ ସାମିଲ କରାଯାଇଛି । ଭାରତ ୨୦୧୮ରୁ ଜାତିସଂଘର ବୈଶ୍ୱିକ ସଂଚାର ବିଭାଗ ସହ ମିଶି କାର୍ଯ୍ୟ କରିଆସୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: