ଜାତୀୟ ରାଜପଥ ଦୂରାବସ୍ଥାକୁ ନେଇ ୧୨ ଘଣ୍ଡିଆ ଢେଙ୍କାନାଳ ବନ୍ଦ ପାଳନ

ଢେଙ୍କାନାଳ,୨୨/୦୭: :    ଜାତୀୟ ରାଜପଥ ଦୂରାବସ୍ଥାକୁ ନେଇ  ଆଜି ୧୨ ଘଣ୍ଡିଆ ଢେଙ୍କାନାଳ ବନ୍ଦ ପାଳନ ହୋଇଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛିି । ଏନଏଚ ୫୫ର ଦୂରାବସ୍ଥା ପ୍ରତିବାଦରେ ଢେଙ୍କାନାଳ ବନ୍ଦ ପାଳନ ହେଉଥିବା ଜଣାପଡିଛି ।ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଆଇ)ଙ୍କ ମନମାନି ଯୋଗୁ ଏହାର ସଂପ୍ରସାରଣ କାମ ଅଧାରେ ଅଟକି ଯାଇଛି । ଦୀର୍ଘ ୫ ବର୍ଷ ଧରି କାମ ଚାଲଛି ଯେ ସରିବାର ନାଁ ନେଉନି । ବର୍ଷା ପୂର୍ବରୁ ରାସ୍ତାର ମରାମତି କାମ ସରିବ ବୋଲି ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଛି । ବାରମ୍ବାର ଦାବି ସତ୍ତେ୍ୱ ବି ରାଜପଥ ସ୍ଥିତି ସୁଧାରିବା ଦିଗରେ କୌଣସି ପଦକ୍ଷେପ ନିଆନଯିବାରୁ ଶୁକ୍ରବାର ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି ।ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଏହି ସମୟ ମଧ୍ୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ୍‌, ପେଟ୍ରୋଲ ପମ୍ପ୍‌ ଆଦିକୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସେବା ସମେତ କ୍ଷୀର ବିକ୍ରି ଓ ଔଷଧ ଦୋକାନ ଖୋଲା ରହିବ । ୫୫ ନଂ. ଜାତୀୟ ରାଜପଥକୁ ସକାଳ ୬ଟାରୁ ସବୁ ବାଇପାସ୍‌ ଛକରେ ଅବରୋଧ କରାଯିବ । ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜପଥ ଉପରେ ଗାଡ଼ି ଚଳାଚଳ ବନ୍ଦ ରହିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: