ଜାନୁଆରୀ ୩୦ରେ ପୂର୍ବାହ୍ନ ୧୧.୩୦ରେ ପ୍ରସାରିତ ହେବ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୨୪/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୩୦ ପୁର୍ବାହ୍ନ ସାଢ଼ ୧୧ଟାରେ ମାସିକ ରେଡିସ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର   ଦେଶବାସୀଙ୍କୁ ସମ୍ବାେଧିତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ମାସର ଶେଷ ରବିବାରରେ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ଜରିଆରେ ଦେଶକୁ ସମ୍ୱୋଧିତ କରିଥାନ୍ତି। ଚଳିତ ମାସର ଶେଷ ରବିବାରରେ ମଧ୍ୟ ତାଙ୍କର ଏହି କର୍ଯ୍ୟକ୍ରମ ଅୟୋଜିତ ହେବ। କିନ୍ତୁ ଏହାର ସମୟରେ ପରିବର୍ତ୍ତନ ହୋଇଛି। ପ୍ରତିଥର ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ହୋଇଥାଏ। କିନ୍ତୁ ଚଳିତ ମାସର ଶେଷ ରବିବାର ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ୩୦ ମିନିଟ୍ ବିଳମ୍ୱରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଜାନୁଆରୀ ୩୦ରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥି ପାଳନ କରାଯିବା ପରେ ମନ୍ କି ବାତ୍ କାର୍ଯ୍ୟକ୍ରମର ପ୍ରସାରଣ ହେବ। ଏହିପରି ଚଳିତ ମାସ ୩୦ ତାରିଖରେ ହେବାକୁ ଥିବା ମନ କି ବାତ୍ ଦିନ ୧୧.୩୦ରେ ପ୍ରସାରଣ ହେବ|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: