ଜାହାଙ୍ଗୀରପୁରୀ ହିଂସାକାଣ୍ଡ ଘଟଣା:୯ ଆହତ, ୯ ଗିରଫ

 ନୂଆଦିଲ୍ଲୀ, ୧୭/୦୪ : ରାଜଧାନୀ ଦିଲ୍ଲୀର ଜହାଙ୍ଗୀରପୁରୀ ଅଞ୍ଚଳରେ ଶନିବାର କୁଶଳ ସିନେମା ନିକଟରେ ହିଂସା ଦେଖାଯାଇଛି । ଶନିବାର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦିଲ୍ଲୀ ଜାହାଙ୍ଗୀରପୁରାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ମାର୍‌ପିଟ ହୋଇଥିଲା। ଏଥିରେ ପୋଡ଼ାଜଳା ହେବା ସହିତ କିଛି ପୁଲିସ ଅଫିସର ଆହତ ମଧ୍ୟ ହୋଇଥିଲେ। ଏହି ମାମଲାରେ ବିଳମ୍ଵିତ ରାତିରେ ୧୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। । ଏମାନଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଅପର ପକ୍ଷରେ ଦିରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ନିର୍ଦ୍ଦେଶ ଦେଇଥିବା ବେଳେ ଶାନ୍ତି ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଅପିଲ୍ କରିଛନ୍ତି। ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାକାଣ୍ଡ ଘଟଣା ବେଳର ଦୁଇଟି ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ଗୋଟିଏ ଭିଡିଓରେ ଉପଦ୍ରବକାରୀ ଦିଲ୍ଲୀ ପୋଲିସ ସାମ୍ନାରେ ଖଣ୍ଡା ବୁଲାଉଥିବା ଦେଖିବାକୁ ମିଳିଛି। ସେହିପରି ଅନ୍ୟ ଏକ ଭିଡିଓରେ କିଛି ଉପଦ୍ରବକାରୀ ଦୋକାନ ବଜାର ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳୁଛି। ପୋଲିସ ଏବେ ଏହି ସିସିଟିଭି ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।   ଶନିବାର ହନୁମାନ ଜନ୍ମୋତ୍ସବ ଅବସରରେ ଏକ ଶୋଭାଯାତ୍ରା ଦିଲ୍ଲୀର ଜାହାଙ୍ଗୀରପୁରୀ ଦେଇ ଯିବା ବେଳେ ହିଂସାକାଣ୍ଡ ଘଟିଛି। ଶୋଭାଯାତ୍ରା ସମୟରେ ଦୁର୍ବୃତ୍ତମାନେ ପଥର ମାଡ଼ କରିବା ସହିତ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଛନ୍ତି।   ହିଂସାରେ ମୋଟ ୯ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮ ଜଣ ପୁଲିସ ରହିଥିବା ବେଳେ ଜଣେ ସ୍ଥାନୀୟ ଲୋକେ ରହିଛନ୍ତି। ଆହତମାନଙ୍କୁ ବାବୁ ଜଗଜୀବନ ରାମ ମେମୋରିଆଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଜଣେ ସବ୍‌ ଇନ୍ସପେକ୍ଟରଙ୍କ ଶରୀରରେ ଗୁଳି ବାଜିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: