ଜାହାଙ୍ଗୀରପୁରୀ ହିଂସା ଘଟଣା : ଭାଙ୍ଗିବ ଶହ ଶହ ଅବୈଧ ନିର୍ମାଣ

ନୂଆଦିଲ୍ଲୀ,୨୦।୦୪: ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ରେ ହନୁମାନ ଜୟନ୍ତୀ ଦିନରେ ହୋଇଥିବା ହିଂସା ମାମଲାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ।   ବିରୋଧୀ ବିଜେପି ଜାହାଙ୍ଗୀରପୁରୀ ହିଂସାର ଅଭିଯୁକ୍ତଙ୍କ ଦ୍ୱାରା କରାଯାଇଥିବା ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଢ଼ାଇବା ପାଇଁ ଦାବି କରିଥିଲେ । ଜାହାଙ୍ଗୀରପୁରୀ ହିଂସା ପରେ ଗୃହମନ୍ତ୍ରୀ କଡ଼ା ପଦକ୍ଷେପ ନେବା ସହ ସ୍ଥାନୀୟ ପ୍ରଶାସନ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।  ଜାହାଙ୍ଗୀରପୁରୀ ହିଂସା ଘଟଣା ସହିତ ଜଡିତ ଅଭିଯୁକ୍ତମାନଙ୍କ ଦ୍ୱାରା ବେଆଇନ ଭାବେ ନିର୍ମାଣ ଉପରେ ବୁଲଡୋଜର ଚଳାଇବାବାକୁ ମଧ୍ୟ ଦାବି ହୋଇଛି । ଉତ୍ତର ଦିଲ୍ଲୀ ନଗର ନିଗମ ଜାହାଙ୍ଗୀରପୁରୀରେ ବେଆଇନ ନିର୍ମାଣ ଉପରେ ବୁଲଡୋଜର ଚଳାଇବାକୁ ଘୋଷଣା କରିଦେଇଛି ।  ଉତ୍ତର ଦିଲ୍ଲୀ ନଗର ନିଗମ ପକ୍ଷରୁ ଏସଂପର୍କରେ ଡେପୁଟି କମିଶନର (ଉତ୍ତର-ପଶ୍ଚିମ)ଙ୍କୁ ପତ୍ର ଲେଖି ଆଇନ ବ୍ୟବସ୍ଥା ସମ୍ଭାଳିବା ପାଇଁ ଦିଲ୍ଲୀ ପୋଲିସର ୪୦୦ ଯବାନଙ୍କୁ ମୁତୟନ କରିବାକୁ ଦାବି କରିଛି । ଉତ୍ତର ଦିଲ୍ଲୀ ନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ଜାହାଙ୍ଗୀରପୁରୀ ଅଞ୍ଚଳରେ ବେଆଇନ ନିର୍ମାଣ ଚଳାଇବାକୁ ଏପ୍ରିଲ ୨୦ ଓ ୨୧ ତାରିଖରେ ଅଭିଯାନ ହେବ ।   ହନୁମାନ ଜନ୍ମେତ୍ସବ ଅବସରରେ ବାହାରିଥିବା ଶୋଭାଯାତ୍ରା ଉପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ପଥରମାଡ଼ କରିଥିଲେ । ଏହାର ଏକ ଘଣ୍ଟା ପରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ପଥରମାଡ଼ ସହିତ ଖଣ୍ଡା ବୁଲିଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନଥିଲେ, ଯେଉଁଥି ପାଇଁ ୬ ଜଣ ପୋଲିସ କର୍ମୀ ଆହତ ହୋଇଥିଲେ । ଏଥି ସହିତ ଭିଡ ଭିତରୁ ଅନ୍ୟ ଜନସାଧାରଣ ମଧ୍ୟ ଆହତ ହୋଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି | ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ନେଇ ପୋଲିସ ବିଭିନ୍ନ ଅପରାଧିକ ଧାରା ଅନୁସାରେ ମାମଲା ରୁଜୁ କରିଛି । ଏପର୍ଯ୍ୟନ୍ତ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଦଂଗା, ସରକାରୀ କାମରେ ବାଧା ପକାଇବା, ସଂପତ୍ତି କ୍ଷତି କରିବା ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: