ଅନୁଗୋଳ,୧।୬: ଅନୁଗୋଳ ସ୍ଥିତ ଜିନ୍ଦଲ ପ୍ଲାଣ୍ଟ ପରିସରରେ ଲୋକାର୍ପିତ ହେଲା କୋଭିଡ୍ କେୟାର ସେଣ୍ଟର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପଣ କରିଛନ୍ତି । ଏହା ସହିତ ଜିନ୍ଦଲ ପ୍ଲାଣ୍ଟ ପରିସରରେ ନିର୍ମିତ ୨୭୦ ବେଡ଼ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କରିଥିଲେ। ଏହି କୋଭିଡ୍ କେୟାର ସେଣ୍ଟରର ୨୭୦ ବେଡ଼ରେ ସମ୍ପୂର୍ଣ୍ଣ ଭାବେ ଅକ୍ସିଜେନ ସଂଯୋଗ ରହିବ । ମଧ୍ୟାହ୍ନରେ ତାଳଚେର କୋଭିଡ୍ ହସ୍ପିଟାଲ ବୁଲି ଦେଖିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସମ୍ବଲପୁର ସାଂସଦ ନିତେଶ ଦେବ ଓ ଜିନ୍ଦାଲ ମୁଖ୍ୟ ସାଂସଦ ନବୀନ ଜିନ୍ଦାଲ ମଧ୍ୟ ଉପସ୍ଥିତ ରହିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |