ନବରଙ୍ଗପୁର , ୧୭/୩ (ମିହିର ଶଙ୍କର ପାତ୍ର): ନବରଙ୍ଗପୁର ଜିଲା ଡାବୁଗାଁ ସଦରମହକୁମାସ୍ଥିତ କୃଷି ଫାର୍ମ ଠାରେ ପାପଡାହାଣ୍ଡି କୃଷି ଜିଲା ଅଧିକାରୀ ଡାଃ॰ ଆଶିଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଜିଲ ସ୍ତରୀୟ ପାରା ସଂମ୍ପ୍ରସାରଣ କର୍ମଚାରୀମାନଙ୍କୁ ନେଇ ଏକ ସଚେତନତା ଶିବିର ମଙ୍ଗଳବାର ଉଦଘାଟିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ମୁଖ୍ୟ ଜିଲା କୃଷି ଅଧକାରୀ ବ୍ରଜ କିଶୋର ଲେଙ୍କା ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ ଏବଂ ସରକାର ଙ୍କ ଦ୍ଵାରାକୃଷି ବିଭାଗରେ ହେଉଥିବା କାର୍ଯ୍ୟକ୍ରମ ଗୁଡିକୁ ସୁଚାରୁରୂପେ ସଂପାଦନ କରିବାକୁ କହିଥିଲେ | ଏଥିରେ ଅଧିକାରୀ ମାନେ କୃଷି ଜ୍ଞାନ କୌଶଳ, ରୋଗ ପୋକ ଚିହ୍ନଟ ଓ ତାର ନିରାକରଣ, ମୃତ୍ତିକା ପରୀକ୍ଷା ତଥାମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଓ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ | ଏଥିରେ ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ପରିତୋଷ ମୁର୍ମୁ, ରୁଦ୍ର ପ୍ରସାଦ ମହାଲିକ, ଗୋବିନ୍ଦ ଚନ୍ଦ୍ର ସାହୁ, ଉମରକୋଟ କୃଷି ଜିଲା ଅଧିକାରୀ ସତ୍ୟ ପ୍ରସାଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ଡାବୁଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକର ସମସ୍ତ ପଞ୍ଚାୟତର ଗ୍ରାମ୍ୟ କୃଷି କର୍ମଚାରୀ, କୃଷି ଅଧିଦର୍ଶକ, କୃଷକ ସାଥି, ଆତ୍ମାର ଗୋଷ୍ଠୀ ବୈଷୟିକ ପରିଚାଳକ ଓ ସହାୟକ ଗୋଷ୍ଠୀ ବୈଷୟିକ ପରିଚାଳକ ମାନେ ସଚେତନତା ଶିବିରରେ ଯୋଗ ଆଦେଇଥିଲେ | ଡାବୁଗାଁ ସହକାରୀ କୃଷି ଅଧିକାରୀ ଦୁର୍ଯ୍ୟଧନ ଜାନୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |