ବ୍ରହ୍ମପୁର-୩/୬(ମନୋଜ କୁମାର ପାତ୍ର):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କରୋନା ମହାମାରୀ ସମୟରେ ରକ୍ତ ଅଭାବରୁ ଦୂର କରିବା ପାଇଁ ରବିବାର ଦିନ ମାନ୍ୟବର ବିଧାୟକ ଶ୍ରୀମାନ ବିକ୍ରମ କୁମାର ପଣ୍ଡାଙ୍କ ନେତୃତରେ ଓଡିଶା ମୋ ପରିବାରର ଜୀବନବିନ୍ଦୁ ତରଫରୁ ପ୍ରାପ୍ତି କଲ୍ୟାଣି ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ମୁଖ୍ୟତଃ ସୁବାଷ ଚନ୍ଦ୍ର ମହାରଣା ,ବିଜୟ ସାମଲ,ଏମ୍.ଡି ଫୈଜ଼,ମଦନ ଦଳାଇ ,ଅଜିତ ପାଣ୍ଡ ,ଆଦିତ୍ୟ ପଟନାୟକ,ତେଜ଼ ସ୍ୱାମି , ଅଶ୍ୱିନୀ ପଟ୍ଟନାୟକଙ୍କ ସମେତ ବିଜୁ ଜନତା ଦଳର ବହୁ କର୍ମୀ ଯୋଗଦେଇଥିଲେ।ଏହି କାର୍ଯ୍ୟ କ୍ରମରେ ସ୍ବେଛାକୃତ ଭାବେ ୫୦ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଅଛି।ବିଧାୟକ ସମସ୍ତ ମୁସଲିମ ରକ୍ତଦାତା ଭାଇ ମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |