ଭୁବନେଶ୍ୱର,୫/୬: ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ଘଟି ସାରିଛି। ଜୁନ ୩ ତାରିଖରେ କେରଳ ଛୁଇଁବା ପରେ ମୌସୁମୀ ତାମିଲନାଡୁରେ ସକ୍ରିୟ ହେବା ସହ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳକୁ ଆଚ୍ଛାଦିତ କରିଛି। ତେଣୁ ଏହା ଜୁନ୍ ୮ କିମ୍ବା ୯ ସୁଦ୍ଧା ଦକ୍ଷିଣ ଓଡିଶାର କିଛି ଅଂଶକୁ ଛୁଇଁବ ଜୁନ୍ ୧୦-୧୧ରେ ପଶ୍ଚିମବଙ୍ଗ-ଓଡିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ସମଗ୍ର ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ପାଗ ଅନୁକୂଳ ରହିବ। ମୌସୁମୀ ଧୀରେ ଧୀରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁନ୍ ୧୦ ତାରିଖ ରାତିରୁ ବର୍ଷା ହୋଇପାରେ ଏବଂ ରାଜ୍ୟର ଉପକୂଳ ଅଞ୍ଚଳରେ ଜୁନ ୧୧ ସନ୍ଧ୍ୟା ଠାରୁ ବର୍ଷାର ତୀବ୍ରତା ବୃଦ୍ଧି ପାଇପାର। ଏହା ପ୍ରଭାବରେ ଉତ୍ତର ଏବଂ ପଶ୍ଚିମ ଓଡିଶାରେ ଜୁନ୍ ୧୪ ଆଡକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |