ଭୁବନେଶ୍ୱର,୨୫ା୫ :ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବାବେଳେ ଉପକୂଳରେ ଅନୁଭୂତ ହେଉଛି ଅସହ୍ୟ ଗୁଳୁଗୁଳି । ମୌସୁମିର ଉତ୍ତର ଶାଖା ଦକ୍ଷିଣ ଆଣ୍ଡାମାନରେ ଅଟକି ରହିଛି । ଯାହା ଗତ ୫ ଦିନ ହେଲା ହଲିବାର ନାଁ ନେଉ ନାହିଁ । ଅର୍ଥାତ୍ କେରଳ ପଟ ଶାଖା ବିଷୁବ ରେଖା ପାଖରୁ ଇଞ୍ଚେ ବି ଆଗକୁ ବଢୁନି । ପାଣୀପାଗ ବିଭାଗ ପୁର୍ବାନୁମାନ କରୁଛି ଯେ, ଆଗକୁ ଏଭଳି ସ୍ଥିତିରୁ ଜୁନ୍ ୧୦ ଯାଏଁ ତ୍ରାହି ନାହିଁ । ରାଜ୍ୟରେ ପ୍ରାକ୍ ମୌସୁମି ବର୍ଷା ନାହିଁତ । ତେବେ ଆଗାମୀ ୨ରୁ ୩ ଦିନରେ ସ୍ଥିତି ସାମାନ୍ୟ ପରିବର୍ତ୍ତନ ଆସିପାରେ । ବର୍ତ୍ତମାନ ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପକୂଳଠୁ ପଶ୍ଚିମ ଓଡ଼ିଶା ସବୁଠି ତାତିର ରାଜୁତି ।
ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିବାରୁ କାଳବୈଶାଖୀ ବର୍ଷା କମିଛି । ବୁଧବାର ୪୨ ଡିଗ୍ରୀ ଉପରେ ରାଜ୍ୟର ୯ ସହର ରହିଛି । ସେହିପରି ୪ ସହରର ତାପମାତ୍ରା ୪୩ ଡିଗ୍ରୀ ଉପକୂଳରେ ଅସହ୍ୟ ଗୁଳୁଗୁଳି ୪୨ ଡିଗ୍ରୀ ଉପରେ ୯ ସହର ୪୪ ଡିଗ୍ରୀ ସହ ନୂଆପଡ଼ା ସବୁଠୁ ଉତ୍ତପ୍ତ ଉପରେ ଥିବା ସୂଚନା ଦିଆଯାଇଛି । ୪୪ ଡିଗ୍ରୀ ତାପମାତ୍ରା ସହ ନୂଆପଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ସେହିପରି ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୩.୪ ଡିଗ୍ରୀ ରହିଥିବାବେଳେ ତାଳଚେରରେ ୪୩.୨ ଓ ଅନୁଗୋଳରେ ୪୩.୧ ଡିଗ୍ରୀ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |