“ଜୁନ୍ ୩, ୧୯୭୩ …

ନୂଆଦିଲ୍ଲୀ ,୩/୬: ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ୪୮ ତମ ବିବାହ ବାର୍ଷିକୀ ଅବସରରେ ତାଙ୍କ ବିବାହର କିଛି ବିଶେଷ ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡିକରେ ଅମିତାଭ-ଜୟା ବିବାହ କରୁଥିବା ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ବିଗ୍ ବି ତାଙ୍କ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଜୟା ବଚ୍ଚନଙ୍କ ସହ ଏକ ଫଟୋ ସେୟାର କରି ଅମିତାଭ ଲେଖିଛନ୍ତି, “ଜୁନ୍ ୩, ୧୯୭୩ … ଆମ ବିବାହ ବାର୍ଷିକୀରେ ଆମକୁ ଅଭିନନ୍ଦନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ”। ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ବେଶ ସକ୍ରିୟ । ସେ ତାଙ୍କ ଜୀବନ ସହିତ ଜଡିତ ଛୋଟ ଛୋଟ ଜିନିଷକୁ ଲୋକଙ୍କ ସହ ସେୟାର କରିଥାନ୍ତି । ବର୍ତ୍ତମାନ ତାଙ୍କର ଏହି ନୂଆ ପୋଷ୍ଟରେ ଫ୍ୟାନ୍ସମାନେ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି । ଲୋକମାନେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: