ଭୁବନେଶ୍ଵର,୩୦/୫: କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ତାଲାବନ୍ଦ କଟକଣାକୁ ବୃଦ୍ଧି କରାଯାଇଛି। ଜୁନ ୧ରେ ତାଲାବନ୍ଦ ଅବଧି ଶେଷ ହେଉଥିବାବେଳେ ଏହାକୁ ଆଜି ପୁଣି ୧୬ଦିନ ପାଇଁ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି। ଅର୍ଥାତ ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ଡାଉନ ପୂର୍ବଭଳି ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି। ଅପରପକ୍ଷରେ ବିବାହ, ବ୍ରତ ଓ ଶୁଦ୍ଧି କାର୍ଯ୍ୟ ପାଇଁ ପୂର୍ବ ନିୟମ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ରାଜ୍ୟର ୩ଟି ଜିଲାରେ ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲାରେ ଲକଡାଉନରେ କୋହନ କରାଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣାକିଣି କରିପାରିବେ। ତେବେ ଏହି ୩ଟି ଜିଲାରେ ସେଲୁନ, ପାର୍ଲର ଓ ମଲ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଅପରପକ୍ଷରେ ରାଜ୍ୟର ଅନ୍ୟ ସବୁ ଜିଲାରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |