ଭୁବନେଶ୍ୱର,୧୬/୪ : ଚଳିତ ବର୍ଷ ଜୁନ୍ ୬ରୁ ଜୁନ୍ ୧୬ ଯାଏଁ ପିଲାଙ୍କୁ ମିଳିବ ଖରାଛୁଟି। ଦୀର୍ଘ ୨ ବର୍ଷ ହେବ କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଗତ ୨ ମାସ ହେବ ଖୋଲିଛି। ପିଲାଙ୍କ ପାଠପଢା ପାଇଁ ସ୍କୁଲରେ ଖରାଛୁଟି କାଟବାଣ୍ଟ ନିଷ୍ପତ୍ତି ନିଆଯାଇଛି। ଜୁନ୍ ୬ରୁ ୧୬ ଯାଏଁ ଖରାଛୁଟି ମିଳିବା ନେଇ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲୁ ରହିବ। ଏହାସହ ସକାଳୁଆ ସ୍କୁଲ ପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ’ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟା ରୁ ୯ଟା ଯାଏଁ ସ୍କୁଲରେ ପାଠ ପଢାଯିବ। ଏପ୍ରିଲ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଉର୍ତ୍ତୀର୍ଣ୍ଣ କରାଯିବ। ଏପ୍ରିଲ ୨୦ ରୁ ୩୦ ପ୍ରଥମରୁ ନବମ ନୂତନ ନାମଲେଖା ଓ ପୁନଃ-ନାମଲେଖା ପ୍ରକିୟା କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |