ଜୁଲାଇ ଶେଷ ବେଳକୁ କରୋନାର ଦ୍ୱିତୀୟ ଲହର ପ୍ରଭାବ କମିବ

ନୂଆଦିଲ୍ଲୀ୨୧/୫: ଭାରତକୁ ଆସିବ କରୋନାର ତୃତୀୟ ଲହର। ଜୁଲାଇ ମାସ ଶେଷ ବେଳକୁ କରୋନାର ଦ୍ୱିତୀୟ ଲହର ପ୍ରଭାବ କମିବ। ଆଉ ଏହାର ୬-୮ ମାସ ପରେ ତୃତୀୟ ଲହର ଆସିବ ବୋଲି ଭାରତୀୟ ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଗଠନ କରାଯାଇଥିବା ୩ ଜଣିଆ ବୈଜ୍ଞାନିକଙ୍କ ଟିମ୍‌ ଏହି ପୂର୍ବାନୁମାନ କରିଛନ୍ତି। କରୋନା ସୂତ୍ର-(ସନ୍ଦିଗ୍ଧ, ଅଜ୍ଞାତରେ ଥିବା ରୋଗୀ, ପଜିଟିଭ ରୋଗୀ ଓ ନିରାକରଣ) ମୋଡେଲ୍‌ ଆଧାରରେ ବୈଜ୍ଞାନିକମାନେ କରୋନା ଲହର ନେଇ ଏପରି କହିଛନ୍ତି। ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ‘ମେ’ ମାସ ଶେଷ ବେଳକୁ ଭାରତରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟା ୧.୫୦ ଲକ୍ଷ ରହିବ। ଏବଂ ଜୁନ୍‌ ମାସ ବେଳକୁ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ଦୈନିକ ସଂକ୍ରମଣ ୨୦ ହଜାର ରହିବ ବୋଲି ଗଠିତ ତିନିଜଣିଆ ବୈଜ୍ଞାନିକ ଟିମ୍‌ ପୂର୍ବାନୁମାନ କରିଛନ୍ତି। କରୋନାର  ଦ୍ୱିତୀୟ  ଲହରରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଝାରଖଣ୍ଡ, ସିକ୍କିମ, ଉତ୍ତରାଖଣ୍ଡ, ଗୁଜରାତ, ହରିୟାଣା, ଦିଲ୍ଲୀ ଓ ଗୋଆ, ରାଜସ୍ଥାନ ଓ କେରଲା ଭଲି ରାଜ୍ୟୁଗୁଡ଼ିକ କରୋନାର ଭୟଙ୍କର ଦ୍ରୁତ ସଂକ୍ରମଣ ଦେଖି ସାରିଛନ୍ତି। ତେବେ ଆଉ କେତେକ ରାଜ୍ୟରେ ଏବେବି ଦ୍ରୁତ ସଂକ୍ରମଣ ହେବାର ବାକି ରହିଛି। ମେ ମାସ ୨୯ରୁ ୩୧ ମଧ୍ୟରେ ତାମିଲ୍‌ନାଡ଼ୁରେ କରୋନା ତୀବ୍ର ସଂକ୍ରମଣ ଦେଖିବାକୁ ମିଳିବ। ସେହିପରି ପୁଡୁଚେରୀ ମେ ୧୯ ଠାରୁ ୨୦ ପର୍ଯ୍ୟନ୍ତ କରୋନା ପିକ୍‌ ମୋଡ୍‌ରେ ରହିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ତେବେ ଦେଶର ପୂର୍ବାଞ୍ଚଳ ଓ ଉତ୍ତରାଞ୍ଚଳରେ କରୋନା ଦ୍ରୁତ ସଂକ୍ରମଣ ହେବାର ଆଶଙ୍କା ରହିଛି। ଆଶାମରେ ମେ ୨୦ରୁ ୨୧ ମଧ୍ୟରେ କରୋନା ଦ୍ରୁତ ସଂକ୍ରମଣ ଦେଖାଯାଇପାରେ। ସେହିପରି ମେଘାଳୟ ମେ ୩୦ରେ ପିକ୍‌ ମୋଡ୍‌ରେ ଆସିପାରେ। ତ୍ରିପୁରାରେ ମେ ୨୬- ୨୭ ଭିତରେ ପିକ୍‌ ମୋଡ୍‌ରେ ଆସିବ ବୋଲି ଆଶଙ୍କା କରାଯାଇଛି। ସେହିପରି ଉତ୍ତରରେ ହିମାଚଳ ପ୍ରଦେଶ ଓ ପଞ୍ଜାବରେ କରୋନା ପିକ୍‌ ମୋଡ୍ ଆସିବାର ଅଛି। ମେ ୨୪ ବେଳକୁ ହିମାଚଳ ପିକ୍ ମୋଡ୍‌ ଦେଖିବାର ସମ୍ଭାବନା ଥିବା ବେଳେ ମେ ୨୨ ବେଳକୁ କରୋନା ପଞ୍ଜାବରେ ତାଣ୍ଡବ ରଚିବ ବୋଲି ସୂତ୍ର ମୋଡେଲ୍‌ରୁ ଜଣାପଡ଼ିଛି। ତେବେ କରୋନାର ତୃତୀୟ ଲହରରେ ୨୦୨୨ ଅକ୍ଟୋବର ବେଳକୁ ରହିବ ନାହିଁ। ତୃତୀୟ ଲହରରେ ଅଧିକାଂଶ ଲୋକ ସଂକ୍ରମଣ ହେବେ ନାହିଁ। କାରଣ ଟିକାକରଣ ଯୋଗୁ ସେମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ିଯାଇଥିବା ବୋଲି ପ୍ରଫେସର ଅଗରୱାଲ କହିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: