ଜୁଲାଇ ୧ରୁ ଘରୋଇ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର,୧୨/୦୬:ଜୁଲାଇ ୧ ରୁ ରାଜ୍ୟରେ ୯ ଦଫା ଦାବି ନେଇ ବସ୍ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଧମକ ଦେଇଛି।ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସଂଘର ସଭାପତି କହିଛନ୍ତି, ରାଜ୍ୟ ସରକାର ଯଦି ଜୁନ୍ ୩୦ ମଧ୍ୟରାତ୍ର ସୁଦ୍ଧା ଦାବି ପୂରଣ ନ କରନ୍ତି ତେବେ ଜୁଲାଇ ୧ରୁ ରାଜ୍ୟର ୧୪ ହଜାର ଘରୋଇ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦାବି  

  • ବସ୍ ପରମିଟ୍‌କୁ  ତୃତୀୟ ପକ୍ଷଙ୍କୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନହେବା
  • ବସ୍ ଗୁଡିକୁ ସ୍ଥାୟୀ ପରମିଟ୍ ଦେବା
  • ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ଶୀଘ୍ର ନିର୍ମାଣ
  • ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଏବଂ ଚଢାଇବା ପାଇଁ ଜାଗା ଦେବା
  • କୋଭିଡ୍ ସମୟରେ ଋଣ ଯୋଗାଇ ଦେବାକୁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା
  • ବସ୍ ଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଇତ୍ୟାଦି

ରାଜ୍ୟ ସରକାର ଯଦି ଜୁନ୍ ୩୦ ତାରିଖ ମଧ୍ୟରାତ୍ର ସୁଦ୍ଧା ଏ ସମସ୍ତ ଦାବି ପୂଣ ନକରନ୍ତି ତା’ହେଲେ ଜୁଲାଇ ୧ରୁ ରାଜ୍ୟର ୧୪ ହଜାର ଘରୋଇ ବସ୍ ଚଳାଚଳ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: