ଭୁବନେଶ୍ୱର:ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ। ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ତେବେ କେଉଁ ଦିନ ଫଳ ପ୍ରକାଶ ପାଇବା ସେ ନେଇ ସୂଚନା ଦିଆଯାଇନାହିଁ । ପ୍ରତିବର୍ଷ ମେ ମାସ ଶେଷ ସପ୍ତାହ କିମ୍ବା ଜୁନ ପ୍ରଥମ ସପ୍ତାହ ବେଳକୁ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥାଏ । କିନ୍ତୁ ଏ ବର୍ଷ କରୋନା ମହାମାରୀ ଯୋଗୁ ଖାତା ଦେଖା ବିଳମ୍ବ ହେବା ସହିତ ଫଳ ପ୍ରକାଶ ମଧ୍ୟ ବିଳମ୍ବିତ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |