ଜେଇଇ ଓ ଏନଇଇଟି ପରୀକ୍ଷାର୍ଥୀ ଙ୍କୁ କୀଟ ବାଣ୍ଟିଲା ଓଡ଼ିଶା ମୋ ପରିବାର ।

ବ୍ରହ୍ମପୁର,୬/୯(ମନୋଜ ପାତ୍ର):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପ୍ରକାରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ତତ୍ବାବଧାନରେ କରୋନା ସ୍ଥିତିକୁ ନଜରରେ ରଖି ଜେଇଇ ଓ ଏନଇଇଟି ପରୀକ୍ଷାର୍ଥୀଙ୍କ ସହାୟତା ପାଇଁ ଖୋଲା ଯାଇଥିବା ହେଲ୍ପ ଡେସ୍କ ଜରିଆରେ ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧ ହଜାର ପରୀକ୍ଷାର୍ଥୀଙ୍କୁ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ରେ କୀଟ ଯୋଗାଈ ଦିଆଯାଇଛି ।ଏଥିରେ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ସରପଞ୍ଚ ପ୍ରକାଶ ବିଷୋୟୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ଷମ ହେଲ୍ପ ଡେସ୍କକୁ ସୋନାଲି ଗନ୍ତାୟତ ,ସୁନୀଲ ଗନ୍ତାୟତ,କମେଶ୍ୱର ରେଡି,ସୋନୁ ବିଷୋୟୀ,ହରିଓମ ରେଡି ପ୍ରମୁଖ ପରିଚାଳନା କରୁଛନ୍ତି ।ସେହିପରି ବ୍ରହ୍ମପୁର ସେଣ୍ଟ ଭିନସେଣ୍ଟ ସ୍କୁଲ ନିକଟରେ ଖୋଲାଯାଇଥିବା ଷ୍ଟଲରେ ଜିଲ୍ଲା ବିଜେଡି ସଭାପତି ତଥା ନିର୍ମାଣ ଶ୍ରମିକ ବୋର୍ଡ଼ ଅଧ୍ୟକ୍ଷ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ,ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା, ଯୁବ ନେତା ପ୍ରଭାତ ସାହୁ, ଅଜିତ ପଣ୍ଡା, ବିଜୟ ସାମଲ, ଚନ୍ଦ୍ର ମୋହନ ସାହୁ, ଧୀରେନ ମହାରଣା, ସୁରେଶ ତ୍ରିପାଠୀ, ଖାଦାର ବେଗ, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।ଏଠାରେ ବିସ୍କୁଟ , ପାଣି ବୋତଲ, ସାନିଟାଇଜର ସୁବିଧା ଉପଲବ୍ଧ ଥିବାବେଳେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଯାତାୟତର ବ୍ୟବସ୍ଥା କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!