ଗଞ୍ଜାମ,୬/୯(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲା କୋଦଳା ଊପକାରାଗରକୁ ଜୈଲ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଅଚାନକ ପରିଦର୍ଶନରେ ଆସିଥିଲେ ।ସେଠାରେ ପହଞ୍ଚି ବିଚାରାଧୀନ ବନ୍ଦିଙ୍କ ବିଷୟରେ ଜୈଲ ସୁପରିଟେଣ୍ଦେଣ୍ଟ ବିଭେନ୍ଦୁ ଭୂୟାଁ ଓ ଅତିରିକ୍ତ ଜୈଲର ପ୍ରକାଶ ପାଣିଗ୍ରାହୀଙ୍କ ସହିତ ଆଲୋଚନା କରିଥିଲେ ।ସେମାନଙ୍କ ସ୍ବାସ୍ଥ୍ୟ ଓ ଖାଦ୍ୟ ପରିବେଷଣ ଉପରେ ଫାର୍ମାସିଷ୍ଟ ଉପେନ୍ଦ୍ର ପଣ୍ଡାଙ୍କୁ ପଚାରି ବୁଝିଥିଲେ । ଜୈଲ ପରିସରରେ ଆବଶ୍ୟକତା ଠାରୁ ବହୁ ଅଧିକ ବନ୍ଦି ଥିବାରୁ ଉଦବେଗ ପ୍ରକାଶ କରିଥିଲେ ଓ ସଙ୍ଗେ ସଙ୍ଗେ ନିକଟରେ ଥିବା ପୋଲିସ ଡେପୁଟି ପ୍ରୋଜେକ୍ଟ ମେନେଜର ଗୌରହରି ପ୍ରଧାନ ଙ୍କୁ ଅତିଶୀଘ୍ର କାରାଗାର ପରିସର ରେ ୧୦୦ ବିଚାରାଧୀନ ବନ୍ଦି ରହିବା ନିମନ୍ତେ ଏକ ଗ୍ରୁହ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ପରେ ପରେ ବନ୍ଦି ମାନଙ୍କ ପାଇଁ ରନ୍ଧାଖାଦ୍ୟ ର ମାନ ପରୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି ।ଏହି ସମୟରେ କୋଦଳା ଉପକାରାଗାର କୁ ଖାଦ୍ୟସାମଗ୍ରୀ ଯୋଗାଉଥିବା ଠିକାଦାର ଅଭୟ କୁମାର ସାହୁଙ୍କ ସମେତ ସମସ୍ତ ଜୈଲ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |