ମୁମ୍ବାଇ,୩୧।୧ : ମହାରାଷ୍ଟ୍ର ସରକାର ‘ଜୟ ଜୟ ମହାରାଷ୍ଟ୍ର ମାଝା’କୁ ରାଜ୍ୟ ସଙ୍ଗୀତ ଭାବରେ ସ୍ବୀକୃତି ଦେଇଛନ୍ତି। ଏହି ଗୀତଟି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ ଫେବୃଆରୀ ୧୯ ରେ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି। ମରାଠୀରେ ଥିବା ଏକ ପ୍ରତୀକାତ୍ମକ ଗୀତ ମଧ୍ୟରୁ ‘ଜୟ ଜୟ ମହାରାଷ୍ଟ୍ର ମହାରାଜା, ଗରଜା ମହାରାଷ୍ଟ୍ର ମାଝା’, ଯାହାର ଅର୍ଥ ହେଉଛି ‘ମହାରାଷ୍ଟ୍ରର ବିଜୟ’ ,। ଏହି ଗୀତଟିକୁ ମହାରାଷ୍ଟ୍ରର ପ୍ରସିଦ୍ଧ କବି ରାଜା ବଧେ ଲେଖିଥିଲେ ଏବଂ ଶାହିର ସାବଲ ନାମରେ ଜଣାଶୁଣା ବାଲାଦୀର କୃଷ୍ଣାରାଓ ସାବଲଙ୍କ ଦ୍ୱାରା ଗୀତ ଗାନ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |