ଝରିଗାଁ (ଭୋଦେବ ଗୌଡ଼):ଆଜି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର କୋରୋନା ସେବା କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ରହୁଥିବା ସମସ୍ତ କୋରୋନା ଆକ୍ରାନ୍ତ ରୋଗୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭାରପ୍ରାପ୍ତ କୋରୋନା ସେବା କେନ୍ଦ୍ର ଅଧିକାରୀ ଡାକ୍ତର ସଂଗ୍ରାମ କେଶରୀ ସାହୁ ଙ୍କୁ ପଚାରି ବୁଝିବା ସହିତ ଚନ୍ଦାହାଣ୍ଡି ବ୍ଳକରେ ଟୀକାକରଣ ଓ ଟେଷ୍ଟିଙ୍ଗ କିପରି ଚାଲିଛି ତାହା ମେଡିକାଲ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ। ବିଧାୟକ ଶ୍ରୀମାଝୀ କୋରୋନା ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ପ୍ଲଓମିଟର ଗୋଷ୍ଠୀ ଚିକିତ୍ସାଧିକାରୀ ଡ଼ାକ୍ତର ସାହୁଙ୍କୁ ଯୋଗାଇ ଦେଇଥିଲେ । ଏହି ପରିଦର୍ଶନ ସମୟରେ ନବରଙ୍ଗପୁର ଲୋକସଭା ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ,ବିଡ଼ିଓ ଧର୍ମରାଜ ମାଝୀ, ଡାକ୍ତର ମନୀଷ କୁମାର ପୁରୋହିତ, ବିଜେଡି ବ୍ଲକ ସଭାପତି ଗୌରହରୀ ନାୟକ,ଯୋନ ସଭାପତି ଯୁବରାଜ ଜଗତ,ବଳରାମ ପଟ୍ଟନାୟକ, ବିଜେଡି ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ସୁନାନୀ ଓ BPMO ସୁଦୀପ୍ତ ରଞ୍ଜନ ରାଉତ ପ୍ରମୂଖ ଉପସ୍ଥିତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |