ଭୁବନେଶ୍ଵର, ୦୮/୦୪ :ଆଜି ସକାଳୁ ସକାଳୁ ଭୁବନେଶ୍ୱରର ଝାରପଡ଼ା ଗଣେଶ ମଣ୍ଡପ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା ଦେଖାଦେଇଛି । ସକାଳୁ ସକାଳୁ ଉଚ୍ଛେଦକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ବିନା ନୋଟିସ୍ରେ ଉଚ୍ଛେଦକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି । ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ଉକ୍ତ ଅଞ୍ଚଳରେ ବିଜେପି କର୍ପୋରେଟର ପ୍ରାର୍ଥୀ ଜିତିଥିବାରୁ ରାଜନୈତିକ ଆକ୍ରୋଶ ରଖି ବିଜେଡି ଏପରି କରୁଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏନେଇ ଘୋଷଣା କରାଯାଇ ଆଜି ସକାଳୁ ତରବରିଆ ଭାବେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଦୁଇ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ଟିମ୍ ସହ ବିଏମ୍ସି ପକ୍ଷରୁ ଉଚ୍ଛେଦ କରାଯାଉଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦୀର୍ଘ ଦିନ ଧରି ବିଏମସି ପକ୍ଷରୁ ଏଠାରେ ଥିବା ଦୋକାନକୁ ଭଙ୍ଗାଯାଉଥିବାକୁ ବି ବିରୋଧ କରାଯାଉଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |