ଭୁବନେଶ୍ବର,୫।୨ :ଝାରସୁଗୁଡ଼ାରେ ୪ଜଣିଆ ମନସ୍ତତ୍ତ୍ବବିତ ଟିମ| ମନ୍ତ୍ରୀ ନବ କିଶୋର ଦାସ ହତ୍ୟାମାମଲାର ଅଭିଯୁକ୍ତର ମନସ୍ତାତ୍ତ୍ବିକ ଦିଗ ତଦନ୍ତ ପାଇଁ ଝାରସୁଗୁଡ଼ାରେ ୪ଜଣିଆ ମନସ୍ତତ୍ତ୍ବବିତ ଟିମ ପହଞ୍ଚିଛନ୍ତି। କଟକ ଏସସିବିରୁ ୪ଜଣିଆ ମନସ୍ତତ୍ତ୍ବିତ ଟିମ ଝାରସୁଗୁଡ଼ାରେ ପହଞ୍ଚି ଅଭିଯୁକ୍ତ ଗୋପାଳ ଦାସକୁ ପଚାରଉଚୁରା କରୁଛନ୍ତି। ଅପରପକ୍ଷରେ ଆଜିଠୁ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ଅଭିଯୁକ୍ତ ବହିଷ୍କୃତ ଏଏସଆଇ ଗୋପାଳକୃଷ୍ଣ ଦାସର ଦ୍ବିତୀୟ ପର୍ଯ୍ୟାୟ ଜେରା ଆରମ୍ଭ ହୋଇଛି। ଗୋପାଳଠାରୁ ସତ ଓଗାଳିବାକୁ ଏବଂ ହତ୍ୟାକାଣ୍ଡ ସର୍ମ୍ପକିତ ତଥ୍ୟ ହାସଲ ପାଇଁ କ୍ରାଇମବ୍ରାଞ୍ଚ ଅଧିକାରୀ ଉଦ୍ୟମ ଜାରି ରଖିଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ନିଆଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ମିଳିଛି ଚାରି ଦିନିଆ ରିମାଣ୍ଡ ଅନୁମତି। ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଅଭିଯୁକ୍ତଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାୟ କରିଛି କ୍ରାଇମବ୍ରାଞ୍ଚ। ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଗୋପାଳ ଦାସଠାରୁ ତଥ୍ୟ ହାସଲ ସହ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ରହସ୍ୟ ଉନ୍ମୋଚନ କରିବା ପାରିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ଆଶା ରଖିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |