ଝିଅ ଜନ୍ମ ଦେଇଥିବାରୁ ଅଞ୍ଜୁବାଳାର ଗଲା ଜୀବନ

ନବରଙ୍ଗପୁର,୨୮/୫(ମିହିର ଶଙ୍କର ପାତ୍ର):ହତ୍ୟା ଅଭିଯୋଗ ଆଣିଲେ କନ୍ୟା ପିତା, ମୋ ଝିଅ ଅଞ୍ଜୁବାଳା ଦାସ କୁ ମୋ ସମୁଦି ସମୁଦୁନି ଓ ଜ୍ୱାଇଁ ମିଶି ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କନ୍ୟା ପିତା ସୂର୍ଯ୍ୟକାନ୍ତ ଦାସ l ଏ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଗମ୍ଭାରୀଗୁଡ଼ା ଗାଁର l ସୂଚନାଯୋଗ୍ୟ ଯେ ଗତ ପଡ଼ୋଶୀ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ବ୍ଲକ ର ମାଲଗୁଣ୍ଡି ଗାଁର ସୂର୍ଯ୍ୟକାନ୍ତ ଦାସ ନିଜର ଜ୍ୟେଷ୍ଠା କନ୍ୟା ଅଞ୍ଜୁବାଳା ଦାସଙ୍କୁ ଗତ ଦୁଇହଜାର ଉଣେଇଶି ମସିହାରେ ସାମାଜିକ ରୀତିନୀତିରେ ବିବାହ ଦେଇଥିଲେ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ଗାଁର ସୁରେନ୍ଦ୍ର ମୋହନ ଦାସ ଙ୍କ ପୁଅ ଗଜାନନ ଦାସ ଙ୍କ ସହ ବିବାହ କରାଇଥିଲେ l ତେବେ ଜ୍ୱାଇଁ ଗଜାନନ ଓ ସମୁଦି ସମୁଦୁନି ବିବାହ ପରଠାରୁ ଯୌତୁକଜନିତ କଥା ନେଇ ସବୁବେଳେ ଝିଅ ସହ କଥା କଥାରେ ପାଟିତୁଣ୍ଡ କରୁଥିଲେ ଓ ଏକ କନ୍ଯା ସନ୍ତାନ ଜନ୍ମ ଦେଇଥିବା ଯୋଗୁଁ ଝିଅର ଉପରେ ଦୋଷ ଲଦି ଭର୍ତ୍ସନା କରୁଥିଲେ l ତେବେ ଗତ କୋଡ଼ିଏ ମେ ଦୁଇ ହଜାର ଏକୋଇଶ ଦିନ ମୃତ ଅଞ୍ଜୁବାଳା ଦାସ ଶ୍ୱଶୁର ଘର ଲୋକେ ଅକଥନୀୟ ଅତ୍ୟାଚାର ଏବଂ ମାନସିକ ନିର୍ଯାତନା ଦେଉଥିବା ଓ ଜୀବନରେ ମାରିଦେବା ଧମକ ଦେବା ନେଇ ନିଜ ଭଉଣୀ ଅମିଶା ଦାସ ଙ୍କ ସହ ଫୋନରେ କଥା ହୋଇଥିଲେ ଓ ମୋତେ ଆଣି ଆସ ବୋଲି ପରିବାର ଲୋକଙ୍କୁ ଦୁଃଖ ଜଣାଇଥିଲେ l ତେବେ କନ୍ୟା ପିତା ସୂର୍ଯ୍ୟକାନ୍ତ ଦାସ ଆଣିଯିବା ପାଇଁ ପ୍ରସ୍ତୁତ ହେବାକୁ ଯାଉଥିବା ବେଳେ ଗତ ବାଇଶି ମେ ଦୁଇ ହଜାର ଏକୋଇଶ ଦିନ ଜ୍ୱାଇଁ ଗଜାନନ ଦାସ ଫୋନ୍ ଯୋଗେ ଶ୍ୱଶୁର ସୂର୍ଯ୍ୟକାନ୍ତ ଦାସ ଙ୍କୁ ନିଜ ପତ୍ନୀ ଅଞ୍ଜୁ ବାଳା ର ଦେହ ଅସୁସ୍ଥ ଖବର୍ ଦେବା ସହ ହସ୍ପିଟାଲ ନେଉଛୁ ବୋଲି କହି କିଛି କ୍ଷଣ ପରେ ହସ୍ପିଟାଲ ଯାଅ ନାହିଁ ଆମ ଘରକୁ ଫେରିଆସନ୍ତୁ ବୋଲି କହିଥିଲେ l ତେବେ ଶ୍ୱଶୁର ସୂର୍ଯ୍ୟକାନ୍ତ ଗମ୍ଭାରୀଗୁଡ଼ା ପହଁଞ୍ଚିବା ବେଳକୁ ଦିନ ଗୋଟାଏ ବେଳା ସମୟ ବେଳକୁ ଝିଅ ମରିସାରିଥିବା ଦେଖିବାକୁ ପାଇଥିଲେ l ତେବେ ଝିଅର ମୃତ୍ୟୁ ହେବାର ସନ୍ଦେହ ଲାଗିବାରୁ କନ୍ୟାପିତା ଶବଦାହ ନ କରିବାକୁ ବାରଣ କରିଥିଲେ ସୁଦ୍ଧା ତାଙ୍କ କଥାକୁ କେହି ଶୁଣି ନଥିଲେ l ତେବେ ବର୍ତ୍ତମାନ ଶ୍ୱଶୁର ସୂର୍ଯ୍ୟକାନ୍ତ ଦାସ ଝିଅକୁ ସମୁଦି ସମୁଦୁନି ଓ ଜ୍ୱାଇଁ ଗଜାନନ ଙ୍କ ବିରୋଧରେ ଚନ୍ଦାହାଣ୍ଡି ଥାନାରେ ଏତାଲା ଦାୟାର କରିଥିବା ବେଳେ ଥାନାଧିକାରୀ ଏହାର ତଦନ୍ତ କରିବା କୁ ଆଗେଇଥିବା ବେଳେ ମୃତ ଅଞ୍ଜୁବାଳା ର ସ୍ୱାମୀ ଗଜାନନ କୁ ଗିରଫ କରୁ ଥିବା ଦେଖିବାକୁ ମିଳିଛି l ତେବେ ଏହା ଏକ ସ୍ଵାଭାବିକ ମୃତ୍ୟୁ ନା ପରିବାର ଲୋକେ ମିଶି ହତ୍ୟା କରିଦେଇଛନ୍ତି ତହା ପୋଲିସ ର ସମ୍ପୂର୍ଣ୍ଣ ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l

WhatsApp Image 2021 05 27 at 11.07.16 PM

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: