ଝୁଲାନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର(ମନୋଜ କୁମାର ପାତ୍ର),୨୮/୩ : ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଥିବା ହାଇୱେ ଢ଼ାବାରେ କାର୍ଯ୍ୟରତ ଥିବା ଯୁବକଙ୍କ ମୃତ୍ୟୁ ଦେହକୁ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମର ଶିବ ଶଙ୍କର ନାୟକ ବୟସ ୩୮ ବୋଲି ପୁଲିସ ସୂଚନା ଦେଇଛି। ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ଶିବ ପ୍ରାୟ ୩ ବର୍ଷ ହେଲା ହାଇୱେ ଢ଼ାବାରେ ତନ୍ଦୁରି ରୁଟି କାରିଗର ଭାବେ କାମ କରି ଆସୁଥିଲା। ଗତକାଲି ରାତିରେ ସବୁ କାମ ସରିବା ପରେ ପ୍ରାୟ ୧୧ଟା ସମୟରେ ଢ଼ାବାରେ ନଥିବା ବେଳେ ଢ଼ାବାର ମାଲିକ ଏଣେତେଣେ ଖୋଜାଖୋଜି କରିଥିଲେ।ପରେ ଢାବା ପଛ ପଟେ ଥିବା କୋଇଲା ଘରେ ବେକରେ ଗାମୁଚ୍ଛା ଲଗାଇ ଝୁଲୁଥିବା ଦେଖି ମାଲିକ ପୁଲିସକୁ ଖବର ଦେଇଥିଲେ। ଏନେଇ ମୃତ ଶିବର ସ୍ତ୍ରୀ ବର୍ଷା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ୍ ନମ୍ବର ୫/୨୨ରେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ମେଡିକାଲ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: