ଟାଟା ପାୱାର ପକ୍ଷରୁ ଓଡ଼ିଶାରେ “ୟାସ୍‌’ ପ୍ରଭାବ ମୁକାବିଲା ଲାଗି କାର୍ଯ୍ୟ କରାଯାଉଛି

                                 ସାରା ରାଜ୍ୟର ନେଟ୍‌ୱର୍କରେ ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର ଆରମ୍ଭ ହୋଇଛି
 ଆସନ୍ତା ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ

ବାଲେଶ୍ୱର,୨୮/୫: ଟାଟା ପାୱାର ପକ୍ଷରୁ ସାମୁଦ୍ରିକ ଝଡ଼ବାତ୍ୟା ୟାସ୍‌ରେ ପ୍ରଭାବିତ ହେବାକୁ ଥିବା ସର୍କଲ୍ ଓ ଡିଭିଜନ୍‌ଗୁଡ଼ିକୁ ଚିହ୍ନଟ କରାଯାଇଥିଲା । ସେଥିପାଇଁ ନେଟ୍‌ୱର୍କର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବାରେ ଏହା କଂପାନି ପାଇଁ ସହାୟକ ହୋଇଥିବା ବେଳେ ରାଜ୍ୟର ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣକୁ ସ୍ୱାଭାବିକ କରିବା ଲାଗି କାର୍ଯ୍ୟ କରୁଛି । ନେଟ୍‌ୱର୍କ ବିଭ୍ରାଟ ହୋଇଥିବା ଅଞ୍ଚଳରେ ପହଞ୍ଚିବା ଓ ଶୀଘ୍ର ବିଦ୍ୟୁତ୍ ଯୋଗାଣକୁ ପୁନରୁଦ୍ଧାର କରିବା ଲାଗି ଟିପିସିଓଡିଏଲ୍‌ ଓ ଟିପିଏନ୍‌ଓଡିଏଲ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୩,୦୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବ ଲାଗି ନିୟୋଜିତ କରାଯାଇଥିଲା । ବାତ୍ୟା ଯେହେତୁ ଉପର ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନା ଥିଲା ତେଣୁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଟିପିଏସ୍‌ଓଡିଏଲ୍ ସହ ୨୦ ଶ୍ରମଶକ୍ତି ଦଳକୁ ମୂତୟନ କରାଯାଇଥଇଲା ଯେଉଁମାନେ ସେମାନଙ୍କ ସମ୍ବଳକୁ ଟିପିଏନ୍‌ଓଡିଏଲ୍ ଟିମ୍ ସହ ବାଣ୍ଟିଥିଲେ । ଟିପି ନର୍ଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଗୁରୁତର ଭାବେ ପ୍ରଭାବିତ ହୋଇଛି ଓ କ୍ଷୟକ୍ଷତିର ଆକଳନ ଜାରି ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସହରରେ ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡ୍ କେୟାର୍ ସେଣ୍ଟର ଓ ହସ୍ପିଟାଲ୍‌ଗୁଡ଼ିକୁ ବିଦ୍ୟୁତ ଯୋଗାଣ କରିବା ଲାଗି ଟିପିଏନ୍‌ଓଡିଏଲ୍ ଚବିଶ ଘଣ୍ଟା କାର୍ଯ୍ୟ ଜାରି ରଖିଛି । ସ୍ଥିତି ଉପରେ ନଜର ରଖିବା ଲାଗି କଂପାନି ତରଫରୁ ସ୍ୱତନ୍ତ୍ର ଟିମ୍‌ ମୂତୟନ କରାଯାଇଛି ଓ ଏକ ଉତ୍ସଗୀକୃତ କଂଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି ।ବାତ୍ୟା ପଥରେ ଆସିବା ନେଇ ଆକଳନ କରାଯାଇଥିବା ଅଞ୍ଚଳଗୁଡ଼ିକ ମୁଖ୍ୟତଃ ଓଡ଼ିଶାର ଉତ୍ତର ଓ କେନ୍ଦ୍ର ଅଞ୍ଚଳରେ ଥିଲା ଓ କ୍ଷେତ୍ର ଭିତ୍ତିରେ ବିଦ୍ୟୁତ୍ ଭିତ୍ତିଭୂମି ଓ ନେଟ୍‌ୱର୍କର କ୍ଷୟକ୍ଷତି ଶତାଂଶ ଆକଳନ କରାଯାଇଥିଲା । ସଂପତ୍ତିରେ ହେବାକୁ ଥିବା କ୍ଷୟକ୍ଷତିର ପୂର୍ବାନୁମାନକୁ ନେଇ କଂପାନି ପକ୍ଷରୁ ରଣନୀତି ଓ ଯୋଜନା ପ୍ରସ୍ତୁତ କରାଯାଇଥିଲା ଓ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ତାହାକୁ କାର୍ଯ୍ୟକାରୀ କରାଯାଇଥିଲା ।ିପିସିଓଡିଏଲ୍ ପକ୍ଷରୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ କେତେକ ଅଞ୍ଚଳରେ ବିଦ୍ୟୁତ୍ କାଟ କରାଯାଇଥିଲା ଓ ମେ’ ୨୬ ସନ୍ଧ୍ୟାରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଥିଲା । ଟିପିସିଓଡିଏଲ୍‌ର ଟିମ୍ ତରଫରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ପାଟ୍ରୋଲିଂ ଜରିଆରେ ନିୟମିତ ଯାଞ୍ଚ କରାଯାଇଥିଲା । ଏହି ଟିମ୍ ବନ୍ୟା ଭଳି ସ୍ଥିତିରେ କାର୍ଯ୍ୟ କରିଥିଲେ ଏବଂ ରାଜକନିକା, ରାଜନଗର ଓ ମହାକାଳପଡ଼ାର ବନ୍ୟାଞ୍ଚଳରେ ଅତ୍ୟଧିକ ସୁରକ୍ଷା ସତର୍କତା ଅବଲମ୍ବନ କରି ବିଦ୍ୟୁତ୍‌ ଯୋଗାଣର ପୁନରୁଦ୍ଧାର କରିଥିଲେ । ଟିପିସିଓଡିଏଲ୍ ତରଫରୁ ଏହାର ୮୦% ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି । ସବ୍ ଡିଭିଜନ୍ ମଧ୍ୟରେ ଦ୍ରୁତ ପୁନରୁଦ୍ଧାର ଟିମ୍ ଗଠନ କରାଯାଇଛି ଓ ନିହାତି କମ୍ ସମୟ ଭିତରେ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ଲାଗି ସ୍ପଷ୍ଟ ଦାୟିତ୍ୱ ଓ ଭୂମିକା ନିର୍ଧାରଣ କରାଯାଇଛି । ଟିମ୍ ଜଳାର୍ଣ୍ଣବ ଏବଂ ଗଛ ଦ୍ୱାରା ରାସ୍ତା ବନ୍ଦ ଥିବା ଭଳି କଠିନ ପରିସ୍ଥିତିରେ କାର୍ଯ୍ୟ କରିଛନ୍ତି । ରେକର୍ଡ ୨ ଘଣ୍ଟା ଭିତରେ ହସ୍ପିଟାଲ୍‌, କୋଭିଡ୍ କେୟାର୍ ସେଣ୍ଟର, ଆଇସିୟୁ ୟୁନିଟ୍ ଓ ଅକ୍ସିଜେନ୍ ପ୍ଲାଣ୍ଟ୍‌କୁ ବିଦ୍ୟୁତ୍‌ ଯୋଗାଣ ସ୍ୱାଭାବିତ କରାଯାଇଛି । ଅଗ୍ରାଧିକାର ଭିତ୍ତିରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ / ସିଏଚ୍‌ସିରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଥିଲା । ଟିପିସିଓଡିଏଲ୍‌ର ଟିମ୍ ଲ୍ୟାଣ୍ଡ୍‌ଫଲ ହେବାର ୮ ଘଣ୍ଟା ଭିତରେ ୭୦% ବିଦ୍ୟୁତ୍ ଯୋଗାଣକୁ ସ୍ୱାଭାବିକ କରିଥଲା । ପୁନଶ୍ଚ, ଟିପିସିଓଡିଏଲ୍ ତରଫରୁ ଧ୍ୟାନରେ ଥିବା ଅଞ୍ଚଳ ଓ ନେଟ୍‌ୱର୍କର ବ୍ୟବସ୍ଥିତ ରକ୍ଷଣାବେକ୍ଷଣ ଯୋଗୁଁ ଦ୍ୱେତ ନଗର (କଟକ ଓ ଭୁବନେଶ୍ୱର)ରେ ୧୦୦% ବିଦ୍ୟୁତ୍ ଯୋଗାଣ ବଜାୟ ରଖାଯାଇଥିଲା । ବର୍ତମାନ ସୁଦ୍ଧା, ଟିପିସିଓଡିଏଲ୍ ପକ୍ଷରୁ ଅଞ୍ଚଳରେ ୯୮%ରୁ ଅଧିକ ବିଦ୍ୟୁତ୍‌ର ପୁନରୁଦ୍ଧାର କରାଯାଇଛି । ଏହା ବ୍ୟତୀତ, ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ଲୋକମାନଙ୍କୁ ବାତ୍ୟା ପୂର୍ବବର୍ତୀ ସତର୍କତା ପଦକ୍ଷେପ ଉପରେ ସଚେତନ କରାଯାଇଛି । ମୋବାଇଲ୍ ଆପ୍ ଓ ହେଲ୍‌ପ ଲାଇନ୍ ଜରିଆରେ ଅଭିଯୋଗ ଦାଖଲ କରିବା ଲାଗି ସେମାନଙ୍କୁ ଉତ୍ସାହିତ କରାଯାଇଛି । “ଆମର ରଣନୀତି ସହିତ କ୍ଷେତ୍ର ସ୍ଥଳରେ ଥିବା ସମଗ୍ର ଦଳ ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ଓ ଭରସା ଥିଲା । ଆମର ବିଶ୍ୱାସ ଥିଲା ଯେ ସମସ୍ତ ପରିଚାଳନା ଓ ସୁରକ୍ଷା ଆବଶ୍ୟକତାକୁ ନେଇ ଆମେ ଏହି ଆହ୍ୱାନକୁ ପ୍ରତିହତ କରିପାରିବୁ ଏବଂ ନିଶ୍ଚିତ ରୂପେ ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର କରିପାରିବୁ । ଡବଲ୍ ଡିଜି ସେଟ୍ ମୂତୟନ କରି ଆମେ କୋଭିଡ୍ ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଣ୍ଟ୍‌ଗୁଡ଼ିକୁ ୧୦୦% ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିପାରିଥିଲୁ ଓ ସେହି ଡିଜି ସେଟ୍‌ଗୁଡ଼ିକୁ ଟେକ୍ନିସିଆନ୍‌ମାନେ ଚବିଶ ଘଣ୍ଟା ନିରୀକ୍ଷଣ କରୁଥିଲେ । ଏବେ ସମସ୍ତ ପାଞ୍ଚଟି ଜିଲ୍ଲା ମୁଖ୍ୟାଳୟ, କୋଭିଡ୍‌୧୯ ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଣ୍ଟ୍‌କୁ ଗ୍ରିଡ୍‌ରୁ ବିଦ୍ୟୁତ୍ ପ୍ରଦାନ କରାଯାଉଛି । ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ସହରର ପ୍ରତିଷ୍ଠାନଗୁଡ଼ିକରେ ଶୀଘ୍ର ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର କରାଯାଇଛି ଏବଂ ତୀବ୍ର ବାତ୍ୟା ୟାସ୍‌ର ୧୦ ଘଣ୍ଟା ଭିତରେ ସ୍ୱାଭାବିକ ସ୍ଥିତି ଫେରି ଆସିଛି । ବିଭିନ୍ନ ସ୍ଥାନରେ ବ୍ୟବସ୍ଥାକୁ ସ୍ୱାଭାବିକ କରିବା, ଭିତ୍ତିଭୂମିର ଅନୁଶୀଳନ ଓ ପୁନରୁଦ୍ଧାର ପାଇଁ ଟାଟା ପାୱାର କାର୍ଯ୍ୟ କରୁଛି । ଓଡ଼ିଶାରେ ଆମେ ଆମର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ୨୪ ଘଣ୍ଟିଆ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ଲାଗି ପ୍ରତିବଦ୍ଧ ବୋଲି ଶ୍ରୀଯୁକ୍ତ ସଂଜୟ ବାଙ୍ଗା, ସଭାପତି-ଟିଆଣ୍ଡ୍‌ଡି, ଟାଟା ପାୱାର କହିଛନ୍ତି ।’’ ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ କ୍ଷମତାର ପ୍ରାୟ ୩୦୦୦ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍‌ମର୍‌, ୨୩,୦୦୦ରୁ ଅଧିକ ବତି ଖୁଣ୍ଟ ଓ ୧୦,୦୦୦ କିମି କଣ୍ଡକ୍ଟର୍ ସମେତ ପୋଲ୍ ମାଷ୍ଟର (୮୫ଟି), ହାଇଡ୍ରା (୨୯ଟି), ଡିଜି ସେଟ୍ (୧୦୧ଟି), ଗାଡ଼ି (୩୩୭ଟି) ଭଳି ମେସିନ୍ ମଣିଷ ଓ ଉପକରଣ ପରିବହନ କରିବା ଲାଗି ଯୋଗାଡ଼ କରାଯାଇଥିଲା । ସେହିପରି, ଟିପିଏନ୍‌ଓଡିଏଲ୍ ପକ୍ଷରୁ ପ୍ରାୟ ୧୬୦୦୦ ପିଏସ୍‌ସି ଓ ଆର୍‌ଏସ୍ ଜଏଷ୍ଟ୍ ପୋଲ୍‌, ୩୭୫ ଟ୍ରାନ୍ସଫର୍‌ମର୍‌, ବିଭିନ୍ନ ଆକାର ଓ ରେଟିଂର ୩୫୦ କିମି କଣ୍ଡକ୍ଟର୍‌, ୩୯୦ କିମିର ଏବି କେବୁଲ୍ ଓ ସୁରକ୍ଷା ଉପକରଣକୁ ଉତ୍ତର ଓଡ଼ିଶାର ୧୫୯ଟି ସ୍ଥାନ ଲାଗି ଆବଣ୍ଟନ କରାଯାଇଥିଲା । କଂପାନି ତରଫରୁ ଲାଇନ୍‌ମ୍ୟାନ୍ ଓ ଜେଇ ମାନଙ୍କୁ ପାଟ୍ରୋଲିଂ ପାଇଁ ୩୩ କେଭି ଓ ୧୧ କେଭି ଫିଡର୍ ପ୍ରଦାନ କରାଯାଇଥିଲା ଯାହା କ୍ଷୟକ୍ଷତିର ଆକଳନ କରିବା ଏବଂ ପୁନରୁଦ୍ଧାର କରିବା ଏବଂ କ୍ଷତୟକ୍ଷତିର ଆକଳନ ପ୍ରସ୍ତୁତି କରିବାରେ ସେମାନଙ୍କ ଲାଗି ସହାୟକ ହୋଇଛି । କଂପାନି ତରଫରୁ ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ବାତ୍ୟା ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି:
 କର୍ପୋରେଟ୍ କଂଟ୍ରୋଲ୍ ରୁମ୍‌ରେ ଯୋଗାଯୋଗର ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ମୂତୟନ କରାଯାଇଛି
 ବାତ୍ୟା ପରେ ପ୍ରତି ଡିସ୍‌କମ୍‌ରେ ଜେଇମାନେ ବାଇକ୍ ଓ ଗାଡ଼ିରେ ଯାଇ ତୁରନ୍ତ କ୍ଷୟକ୍ଷତିର ଆକଳନ କରିଛନ୍ତି
 କୋଭିଡ୍ ହସ୍ପିଟାଲ୍‌, କୋଭିଡ୍ କେୟାର୍ ସେଣ୍ଟର, ଅକ୍ସିଜେନ୍ ପ୍ଲାଣ୍ଟ୍‌, ଡିଏଚ୍‌ଏ୍‌ଚ୍‌/ ସିଏଚ୍‌ସି, ପାଣି କାର୍ଯ୍ୟ,
ପୋଲିସ୍ ଷ୍ଟେସନ୍‌, ଜିଲ୍ଲା ପ୍ରଶାସନ ଭଳି ଉତ୍ସର୍ଗୀକୃତ ଓ ଜରୁରୀକାଳୀନ ଫିଡର୍‌କୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ୍‌
ଯୋଗାଣର ପୁନରୁଦ୍ଧାର କରାଯିବା ପରେ ୩୩ କେଭି / ୧୧ କେଭି ସବ୍ ଷ୍ଟେସନ୍‌କୁ ପ୍ରଥମେ ୩୩ କେଭି
ଯୋଗାଣର ପୁନରୁଦ୍ଧାର କରାଯାଇଛି
 ୩୩ କେଭି, ୧୧ କେଭି ଓ ଏଲ୍‌ଟି ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ଦଳ
 ସଡ଼କକୁ ସଫା କରିବା ଲାଗି ତୁରନ୍ତ ପାୱାର ଟିମ୍ ମୂତୟନ ।
 ବିଦ୍ୟୁତ୍ ତାର ଉପରେ ପଡ଼ିଥିବା ଗଛ ଡାଳକୁ କାଟି ରୁଟ୍‌କୁ ସଫା କରିବା ଲାଗି ଏନ୍‌ଡିଆର୍‌ଏଫ୍ ଓ
ଓଡିଆର୍‌ଏଏଫ୍ ସହିତ ମିଶି କାର୍ଯ୍ୟ କରାଯାଇଛି । ପୁନରୁଦ୍ଧାର ପ୍ରକ୍ରିୟା ସମୟରେ ଆଇନ ଶୃଙ୍ଖଳା ସ୍ଥିତିକୁ
ଏଡ଼ାଇବା ଲାଗି ଜିଲ୍ଲା ପ୍ରଶାସନ ସହ ସମନ୍ୱୟକୁ ନିଶ୍ଚିତ କରାଯାଇଛି ।
 ୨୫ ୱାକି ଟକି ସେଟ୍ ପ୍ରଦାନ କରି ନିରବଚ୍ଛିନ୍ନ ଫିଲ୍ଡ ଯୋଗାଯୋଗକୁ ନିଶ୍ଚିତ କରାଯାଇଛି ।
 କଂଟ୍ରୋଲ୍ ରୁମ୍ ମଧ୍ୟରେ ଯୋଗାଯୋଗ ଲାଗି ସାଟେଲାଇଟ୍ ଫୋନ୍ ଦିଆଯାଇଛି ।
 ପିଏ ସିଷ୍ଟମ୍ ଜରିଆରେ ନିରନ୍ତର ଗଣ ସଚେତନତା ଯୋଗାଯୋଗ ।
 କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଟିମ୍‌କୁ ଆବଶ୍ୟକ ପରିମାଣର ମେଡିକାଲ୍ ପିପିଇ ପ୍ରଦାନ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: