‘ଟାର୍ଜନ ଇନ୍ ମ୍ୟାନହଟନ୍’ ଅଭିନେତା ଜୋ ଲାରାଙ୍କ ବିମାନ ଦୁର୍ଘଟଣାରେ ପରଲୋକ

ଆଦିଲ୍ଲୀ ୩୧/୦୫: ହଲିଉଡ ଫିଲ୍ମ ‘ଟାର୍ଜନ ଇନ୍ ମ୍ୟାନହଟନ୍’ରେ ଟାର୍ଜନ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜୋ ଲାରାଙ୍କର ୫୮ ବର୍ଷ ବୟସରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ବିମାନ ରେ ଅଭିନେତା ଏବଂ ତାଙ୍କ ପତ୍ନୀଙ୍କ ସମେତ ୫ ଜଣ ଥିଲେ।ଚନା ଅନୁଯାୟୀ, ଶନିବାର ଦିନ ଆମେରିକାର ଟେନେସି ହ୍ରଦରେ ଏକ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜୋ ଲାରାଙ୍କ ପତ୍ନୀ ଗ୍ୱେନ୍ ଶ୍ୟାମ୍ବଲିନଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଜେଟରେ ଅନ୍ୟ ୫ ଜଣ ମଧ୍ୟ ଲାରାଙ୍କ ସହ ଯାତ୍ରା କରୁଥିଲେ। ଏଥିସହିତ ଉଦ୍ଧାରକାରୀ ଦଳ ୭ ଜଣଙ୍କ ମୃତଦେହ ବାହାର କରିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି।ଜୋଲାରା ୧୯୮୯ ରେ ଫିଲ୍ମ ‘ଟାର୍ଜନ ଇନ୍ ମ୍ୟାନହଟନ୍’ରେ ଟାର୍ଜନ ଭୂମିକାରେ ଅଭିନୟ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: