ମୁନିଗୁଡା,୦୭/୧୧ : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ଅମ୍ବାଦଳା ଥାନା ଅନ୍ତର୍ଗତ ବଡ଼ସାହି ନିକଟ ଏଲସି ଗେଟ ପାଖରେ ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ରୁ ଫେରୁଥିବା ଏକ ମାଲବାହୀ ଟ୍ରେନ ଏକ ନାବାଳକକୁ ଧକ୍କା ଦେଇଛି। ଫଳରେ ନାବାଳକଟି ଗୁରୁତର ହୋଇ ପଡ଼ିଛି। ଖବରରୁ ପ୍ରକାଶ ଯେ ଅମ୍ବାଦଳା ହରିଜନ ସାହିର ଆଦିତ୍ୟ ବାଗଙ୍କ ପୁଅ ନିତେସ ବାଗ(୧୧) ଇନ୍ଦିରା ପଡାରୁ ଟିଉସନ ସାରି ଘରକୁ ଫେରୁଥିଲେ। ଏହି ସମୟରେ ସେ ଏଲସି ଗେଟ ଅତିକ୍ରମ କରିବା ସମୟରେ ବେଦାନ୍ତ ଆଲମିନା କମ୍ପାନୀର ଏକ ମାଲବାହୀ ଟ୍ରେନ ସହିତ ଧକ୍କା ହୋଇଥିଲା। ଫଳରେ ନିତେଶ ଟ୍ରେନ ଲାଇନ ସାଇଡ଼ରେ ଛିଟିକି ପଡିବା ସହିତ ଗୁରୁତର ହୋଇ ପଡିଥିଲା। ଖବରପାଇ ପରିବାର ଓ ଗ୍ରାମବାସୀ ସେଠାରେ ପହଞ୍ଚି ନିତେଶକୁ ପ୍ରଥମେ ଅମ୍ବାଦଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ପ୍ରାଥମିକ ଚିକିତ୍ସା କରିବା ସହ ଅଧିକ ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀମାନେ ନିତେଶକୁ ସମ୍ପୂର୍ଣ୍ଣ ଚିକିତ୍ସା ସହ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |