ଟିପିଏନ୍‌ଓଡିଏଲ୍ ପକ୍ଷରୁ ସାମୁଦ୍ରିକ ବାତ୍ୟା “ୟସ୍‌’କୁ ନେଇ ପ୍ରସ୍ତୁତି

ଜରୁରୀକାଳୀନ ସମୟରେ, ଗ୍ରାହକମାନେ ୨୪ ଘଣ୍ଟିଆ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୬୭୧୮କୁ କଲ୍ କରିପାରିବେ

ଭୁବନେଶ୍ୱର/ବାଲେଶ୍ୱର: ଆଇଏମ୍‌ଡିର ରିପୋର୍ଟ ଅନୁସାରେ, ସାମୁଦ୍ରିିକ ବାତ୍ୟା “ୟସ୍‌’ ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକ ଦେଇ ଓ ପଶ୍ଚିମବଙ୍ଗ ପାଖରେ ଦେଇ ମେ’ ୨୬ ସନ୍ଧ୍ୟାରେ ଗତି କରି ଏବଂ ଏକ ସାମୁଦ୍ରିକ ଝଡ଼ବାତ୍ୟାରେ ପରିଣତ ହେଇଛି। ଉତ୍ତର ଆଣ୍ଡାମାନ୍ ସାଗର ପୂର୍ବ କେନ୍ଦ୍ରୀ ବଙ୍ଗୋପାଗରରେ ୨୦୨୧ ମେ’ ୨୨ର ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି । ପରବର୍ତୀ ୭୨ ଘଣ୍ଟା ଭିତରେ ଏହା ଆହୁରି ତୀବ୍ର ହେବ ଓ ମେ’ ୨୫ରେ ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ବାତ୍ୟାର ମୁକାବିଲା କରିବା ଲାଗି ଟିପି ନର୍ଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌)୍‌ର ଏକ ସମ୍ପୂର୍ଣ୍ଣ ବିଜ୍‌ନେସ୍ କଣ୍ଟିନୁଇଟି ଆଣ୍ଡ୍ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ୍ (ବିସିଡିଏମ୍‌ପି) ପ୍ରସ୍ତୁତ ରହିଛି ।
ବିସିଡିଏମ୍‌ପିରେ ବିପର୍ଯ୍ୟୟର ତୀବ୍ରତା ଏହାର ପରବର୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ବିିଭିନ୍ନ ବର୍ଗ ରହିଛି, ବିପର୍ଯ୍ୟୟର ଆଲର୍ଟ ହାସଲ କରିବା, ତାହାକୁ ଅନୁଧ୍ୟାନ କରିବା, ପ୍ରାକ୍ ବିପର୍ଯ୍ୟୟ ଆଲର୍ଟ ପଠାଇବା ପାଇଁ ଏକ ବିପର୍ଯ୍ୟୟ ପରିଚାଳନା ଢ଼ାଞ୍ଚା ଓ ବିସିଡିଏମ୍‌ପିକୁ ଲାଗୁ କରିବା ଏବଂ ପ୍ରତ୍ୟାହାର କରିବା ଲାଗି ବ୍ୟବସ୍ଥା ରହିଛି ।
ସମୟର ଆବଶ୍ୟକତାକୁ ବୁଝିପାରି, ଟିପିଏନ୍‌ଓଡିଏଲ୍ ପକ୍ଷରୁ ଅକ୍ସିଜେନ୍ ପ୍ଲାଣ୍ଟ୍‌ଗୁଡ଼ିକୁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ଲାଗି ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଛି । ଲାଇସେନ୍ସ ମିଳିଥିବା ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହା ଉତ୍ସର୍ଗୀକୃତ ଦ୍ରୁତ ପ୍ରଶମନ ଟିମ୍ ମୂତୟନ କରିଛି । ଯେକୌଣସି ଜରୁରୀକାଳୀନ ସେବା ଲାଗି ଯେକେହି ଆମର ୨୪ ଘଣ୍ଟିଆ କଲ୍ ସେଣ୍ଟର୍ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୬୭୧୮ କିମ୍ବା ୭୬୮୨୦ ୩୬୫୧୬କୁ କଲ୍ କରିପାରିବେ ।
ପୁନଶ୍ଚ ଗ୍ରାହକମାନେ ନିମ୍ନ ଲିଖିତ ନମ୍ବରରେ ଆମ ପାଖରେ ପହଂଚିପାରିବେ
କ୍ରମାଂକ ନଂ ୟୁନିଟ୍ ନାମ ଜିଲ୍ଲା ସର୍କଲ୍‌ର ଏସ୍‌ଇ ଇନ୍‌ଚାର୍ଜଙ୍କ ମୋବାଇଲ୍ ନମ୍ବର ଲ୍ୟାଣ୍ଡ୍‌ଲାଇନ୍ ନମ୍ବର
୧ ବାଲେଶ୍ୱର ୯୪୩୮୯୦୬୦୯୦ ୦୬୭୮୨-୨୬୨୧୩୫
୨ ବାରିପଦା ୯୪୩୮୯୦୬୦୯୧ ୦୬୭୯୨-୨୫୨୨୪୧
୩ ଭଦ୍ରକ ୯୪୩୮୯୦୬୦୯୨ ୦୬୭୮୪-୨୫୧୯୫୧
୪ ଯାଜପୁର ରୋଡ୍‌ ୯୪୩୮୯୦୬୦୯୩ ୦୬୭୨୮-୨୨୩୮୫୮
୫ କେନ୍ଦୁଝର ୯୪୩୮୯୦୬୦୯୪ ୦୬୭୬୬-୨୫୦୪୬୭

ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ, ପ୍ରଭାବିତ ଅଞ୍ଚଳରେ ଏହି ସବୁ କାର୍ଯ୍ୟ ନକରିବା ଲାଗି ଟିପିଏନ୍‌ଓଡିଏଲ୍ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି:
ଚା ବିଜୁଳି ମାରିବା ସମୟରେ ଘର ଭିତରେ କୌଣସି ତାର କିମ୍ବା ପ୍ଲମ୍ବିଂକୁ ସ୍ପର୍ଶ କରନ୍ତୁ ନାହିଁ କାରଣ ଟେଲିଫୋନ୍ ତାର. ଧାତବ ପାଇପ୍‌ରେ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ଚା ଅତ୍ୟଧିକ ପବନ, ବଜ୍ରପାତ ଓ ବୃଷ୍ଟିପାତ ସମୟରେ କୌଣସି ବୃକ୍ଷ / ସାମୟିକ ଢାଞ୍ଚା ତଳେ ଆଶ୍ରୟ ନିଅନ୍ତୁ ନାହିଁ ।
ଚା ଓଦା ହାତରେ କିମ୍ବା ବିନା ଗ୍ଲୋଭ୍‌ସ୍‌, ସେଫ୍‌ଟି ସୁଜ୍ କିମ୍ବା ଇନ୍‌ସୁଲେଟେଡ୍ ପ୍ଲାଟ୍‌ଫର୍ମରେ କୌଣସି ବିଦ୍ୟୁତ୍ ସ୍ଥାପନାକୁ ସ୍ପର୍ଶ କରନ୍ତୁ ନାହିଁ
ଚା ବୃଷ୍ଟିପାତ ପରେ ପାଣି ପ୍ରବାହିତ ହେଉଥିବା ଡ୍ରେନ୍ ନିକଟରେ ପିଲାମାନଙ୍କୁ ଖେଳିବାକୁ ଦିଅନ୍ତୁ ନାହିଁ
ଟିପିଏନ୍‌ଓଡିଏଲ୍ ପକ୍ଷରୁ ରିଲିଫ୍ ପଦକ୍ଷେପ ଭାବେ ନିମ୍ନ ଲିଖିତ କାର୍ଯ୍ୟକଳାପଗୁଡ଼ିକ ଗ୍ରହଣ କରାଯାଇଛି:
ଚା ପ୍ରୋଜେକ୍ଟ କ୍ଲିନ୍‌ଅପ୍ ଯେଉଁଥିରେ ଗଛ କାଟିବା ସାମିଲ ରହିଛି ସେଥିରେ ୯୫୦ରୁ ଅଧିକ ଲୋକଙ୍କ ସହ ଯୋଡ଼ିହୋଇଛି । ପ୍ରାକ୍ ବାତ୍ୟା କ୍ଲିନ୍ ଅପ୍ (ସଫେଇ), କ୍ଷତି ଆକଳନ ଓ ପୁନରୁଦ୍ଧାରର ନିରୀକ୍ଷଣ ପାଇଁ ପ୍ରତି ଜେଇଙ୍କୁ ଏକ ୩୩ କେଭି ଫିଡର୍ ଓ ପ୍ରତି ଲାଇନ୍‌ସମ୍ୟାନ୍‌ଙ୍କୁ ୧୧ କେଭି ଫିଡର୍ ପ୍ରଦାନ କରାଯାଇଛି ।
ଚା ୧୪,୦୦୦ରୁ ଅଧିକ ପିଏସ୍‌ସି ପୋଲ୍ ଓ ୨୯୦୦ରୁ ଅଧିକ ରୋଲ୍‌ଡ୍ ଷ୍ଟିଲ୍ ଜୋଏଷ୍ଟ୍ (ଆର୍‌ଏସ୍‌ଜେ) ପୋଲ୍ ଯୋଗାଡ଼ କରାଯାଇଛି
ଚା ୩୫୦ କିମି ପାଇଁ କଣ୍ଡକ୍ଟର ଉପଲବ୍ଧ କରାଯାଇଛି
ଚା ପିପିଇ ଭଳି ନିରାପତ୍ତା ହେଲ୍‌ମେଟ୍‌, ସୁରକ୍ଷା ଜୋତା, ସୁରକ୍ଷା ବେଲ୍‌ଟ ଓ ସୁରକ୍ଷା ଉପକରଣ ଯଥା ଡିସ୍‌ଚାର୍ଜ ରଡ୍‌, ନିଅନ୍ ଟେଷ୍ଟର୍‌, ମେଗର୍ସ ଇତ୍ୟାଦି ଯୋଗାଣ କରାଯିବା ସହିତ କ୍ରସ୍ ଆର୍ମ, ଇନ୍‌ସୁଲେଟର୍‌, ଏବି ସ୍ୱିଚ୍‌, ପୋଲ୍ ବ୍ରାକେଟ୍‌, କ୍ଲାମ୍ପ୍ ଆଦିର ବ୍ୟବସ୍ଥା କରାଯାଇଛି ।
ଚା କ୍ଷୟକ୍ଷତିର ପରିମାଣ ଓ ପୁନରୁଦ୍ଧାରର ବିବରଣୀ ଚିହ୍ନଟ କରିବା ଓ ବାତ୍ୟା ପରେ ତୁରନ୍ତ କ୍ଷତି ଆକଳନ କରିବା ଏବଂ ପୁନରୁଦ୍ଧାରକୁ ନିରୀକ୍ଷଣ କରିବା ଲାଗି ପାଟ୍ରୋଲିଂ ପାଇଁ ଲାଇନ୍ସମ୍ୟାନ୍ ଓ ଜେଇଙ୍କୁ ବ୍ୟକ୍ତିଗତ ଫିଡର୍ ଆବଣ୍ଟନ କରାଯାଇଛି
ଚା ବିଏ ସହିତ ସିଭିଲ୍ ଟିମ୍‌କୁ ପ୍ରସ୍ତୁତ କରି ରଖାଯାଇଛି
ଚା ଟିପିଏନ୍‌ଓଡିଏଲ୍ ପାଇଁ ନିକଟସ୍ଥ ଡିସ୍‌କମ୍ (ଟିପିଏସ୍‌ଓଡିଏଲ୍‌. ଓ ଡିପିଡବ୍ଲୁଓଡିଏଲ୍‌)ରୁ ଇଞ୍ଜିନିୟରଙ୍କ ସମେତ ୬୦୦ ମାନବଶକ୍ତି ମୂତୟନ କରାଯାଇଛି । ବାତ୍ୟା ସମୟରେ ଓ ବାତ୍ୟା ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟ ସମୟରେ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ଓ କ’ଣ କରିବେ ଏବଂ କ’ଣ ନକରିବେ ଉପରେ ଟିମ୍‌କୁ ପ୍ରଶିକ୍ଷଣ ଦିଆଯାଇଛି ।
ଚା ଜରୁରୀକାଳୀନ ଆବଶ୍ୟକତା ପୂରଣ କରିବା ଲାଗି କର୍ମଚାରୀଙ୍କ ପାଇଁ ଯଥେଷ୍ଟ ପରିମାଣର ଇନ୍ଧନ ସହିତ ଦୁଇ ଚକିଆ ଯାନର ବ୍ୟବସ୍ଥା କରାଯାଇଛି । ମାନବ ଓ ଉପକରଣ ପହଞ୍ଚାଇବା ଲାଗି ଗାଡ଼ି ରଖାଯାଇଛି ।
ଚା ବିଭିନ୍ନ ଷ୍ଟୋର୍ ଓ ବିଭିନ୍ନ ସରକାରୀ ସ୍କିମ୍ ଯଥା ଆଇପିଡିଏସ୍‌, ଡିଜିୟୁଜିଜେୱାଇ, ସୌଭାଗ୍ୟରେ ଥିବା ଉପକରଣ ତାଲିକା ତିଆରି କରି ଫିଲ୍ଡ ଅଫିସରମାନଙ୍କୁ ଉପଲବ୍ଧ କରାଯାଇଛି ।
ଚା ଜଟିଳ ମାମଲାରେ ଓଡିଆର୍‌ଏଫ୍‌/ଏନ୍‌ଡିଆର୍‌ଏଫ୍ ଟିମ୍‌ଙ୍କୁ ବ୍ୟବହାର କରି ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଇଲେକ୍ଟ୍ରିକାଲ୍ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟ ବିକଶିତ କରାଯାଇଛି ।
ଚା ସମ୍ଭାବ୍ୟ ଜରୁରୀକାଳୀନ ମାମଲାର ମୁକାବିଲା କରିବା ଲାଗି ଓସ୍‌ଡମା ସହ ସମ୍ପର୍କ ରକ୍ଷା କରି ଯୋଜନା ପ୍ରସ୍ତୁତ କରାଯାଇଛି ।
ଚା ସ୍କୁଲ୍ କୋଠାରେ ଶ୍ରମ ଶିବିର ସ୍ଥାପନ କରାଯାଇଛି । ଖାଦ୍ୟ,ପାନୀୟ ଜଳ, ଶୁଖିଲା ଖାଦ୍ୟ (ବିସ୍କୁଟ, ମ୍ୟାଗି, ଚିବ୍ରା) ଓ ରହଣୀ ଆବଶ୍ୟକତାର ପରିଚାଳନା କରିବା ଲାଗି ମଣ୍ଡଳ ସ୍ତରରେ ପ୍ରଶାସନିକ ଟିମ୍ ମୂତୟନ କରାଯାଇଛି ।

ଏହି ଅଭିଯାନ ସମ୍ପର୍କରେ ଶ୍ରୀଯୁକ୍ତ ଭାସ୍କର ସରକାର, ସିଇଓ, ଟିପିଏନ୍‌ଓଡିଏଲ୍ କହିଛନ୍ତି ଯେ, “ନିରବଚ୍ଛିନ୍ନ ବିଦୁୃ୍ୟତ ଯୋଗାଣକୁ ନିଶ୍ଚିତ କରିବା ବିଶେଷ କରି କୋଭିଡ୍ ୧୯ ମହାମାରୀ ଭଳି ପରୀକ୍ଷାମୂଳକ ସମୟ ପାଇଁ ଆମେ ପ୍ରତିବଦ୍ଧ ରହିଛୁ । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ରେକର୍ଡ ସମୟ ଭିତରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିମ୍ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି । ସାମୁଦ୍ରିକ ବାତ୍ୟା “ୟସ୍‌’ ସମୟରେ କୌଣି ପ୍ରକାର ଦୁର୍ଘଟଣାରୁ ବଞ୍ଚିବା ଲାଗି ଆବଶ୍ୟକ ସୁରକ୍ଷା ନିୟମକୁ ପାଳନ କରିବା ଳାଗି ଆମେ ଜନ ସାଧାରଣଙ୍କୁ ଆହ୍ୱାନ ଦେଉଛୁ ।’’
ଉଭୟ ବଣ୍ଟନ ଓ ଗ୍ରାହକ ସବ୍‌-ଷ୍ଟେସନରେ କଂପାନି ତରଫରୁ ଉପକରଣଗୁଡ଼ିକର ସମସ୍ତ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଉଛି । ଯେକୌଣସି ପ୍ରକାର ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ଲାଗି ସହରର ବିଭିନ୍ନ ସ୍ଥାନରେ ଉତ୍ସର୍ଗୀକଢତ ଟିମ୍ ମୂତୟନ କରାଯାଇଛି । ଟ୍ରାନ୍ସଫର୍‌ମର୍‌, ସ୍ୱିଚ୍‌ଗିୟର ଇତ୍ୟାଦି ଭଳି ଆବଶ୍ୟକ ସ୍ପେୟାର୍‌ପାର୍ଟସ୍‌, ଟୁଲ୍ ଓ ଉପକରଣର ପର୍ଯ୍ୟାପ୍ତ ଷ୍ଟକ୍ ରଖାଯାଇଛି ଯାହା ବିଦ୍ୟୁତ୍ ବ୍ୟାହତକୁ ସୁଧାରିବା ସମୟକୁ ହ୍ରାସ କରିବାରେ ନିଶ୍ଚିତ କରିବ । ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଣ୍ଟ୍‌କୁ ବିଦ୍ୟୁତ ଯୋଗାଣ କରିବା ଲାଗି ସ୍ୱତନ୍ତ୍ର ଟିମ୍ କାର୍ଯ୍ୟ କରିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: