ଟିଭି ଅଭିନେତା ରସିକ ଦବେଙ୍କ ପରଲୋକ

ମୁମ୍ବାଇ,  ୩୦/୦୭: ହିନ୍ଦୀ ଓ ଗୁଜରାଟୀ ଶୋ’ ଏବଂ ଧାରାବାହିକ ଅଭିନେତା ରସିକ ଦବେଙ୍କ ପରଲୋକ। ମୁମ୍ବାଇର ଏକ ହସ୍‌ପିଟାଲରେ ଶୁକ୍ରବାର ବିଳମ୍ବିତ ରାତିରେ   ପରଲୋକ ହୋଇଯାଇଛି । ସେ ବିଗତ ୧୫ ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ଥିଲେ । ଦବେ ଜଣେ ଲୋକପ୍ରିୟ ଟିଭି ଅଭିନେତା ଥିଲେ ।  ରସିକ ଦବେଙ୍କୁ ‘ମହାଭାରତ’ର ନନ୍ଦ ଚରିତ୍ରକୁ ନେଇ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହା ବ୍ୟତୀତ ସେ ଅନେକ ଗୁଜୁରାଟୀ ନାଟକ, ଗୁଜୁରାଟୀ ଫିଲ୍ମ ଏବଂ ଅନେକ ସିରିଏଲରେ ମଧ୍ୟ କାମ କରିଥିଲେ । ସେ ଅଭିନେତ୍ରୀ କେତକୀ ଦେବୀଙ୍କୁ ବିବାହ କରିଥିଲେ ।  କେତକୀ ଓ ରସିକ ରିୟଲିଟି ଶୋ’ ନଚ ବଲିଏରେ ମଧ୍ୟ ଦେଖାଦେଇଥିଲେ ଏବଂ ଅନେକ ଟିଭି ଶୋ’ର ମୁହଁ ପାଲଟିଥିଲେ । ନିର୍ମାତା ଜେଡି ମଜିଠିଆ ସାମାଜିକ ଗଣମାଧ୍ୟମ ଜରିଆରେ ଦବେଙ୍କ ପରଲୋକ ନେଇ ସ୍ପଷ୍ଟ କରିଛନ୍ତି । ଜେଡି ଅନେକ ନାଟକରେ ଦବେଙ୍କ ସହିତ କାମ କରିଛନ୍ତି । ଜେଡି ମଜେଠିଆ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦବେ ବିଗତ କିଛି ବର୍ଷ ହେଲା ଡାଇଲିସିସରେ ଥିଲେ । ୧୫ ଦିନ ପୂର୍ବରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । କେତକୀ ଓ ରସିକଙ୍କ ୨ ସନ୍ତାନ ହେଉଛନ୍ତି ଋଦ୍ଧି ଓ ଅଭିଷେକ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: